25.6 C
Bhubaneswar
Sunday, April 12, 2026
Homeଓଡିଶାସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢ଼ିଲା +୩ ନାମଲେଖା ଆବେଦନ

ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢ଼ିଲା +୩ ନାମଲେଖା ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିଛି କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ସିଟ୍ ବଳକା ପଡିଥିଲା। ସମ୍ପୃକ୍ତ ବଳକା ସିଟ୍‌ରେ ପୁନଃର୍ବାର ନାମଲେଖା ଲାଗି ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତେବେ ଏହି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଅବଧିକୁ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ବଢ଼଼ାଯାଇଛି। ଫଳରେ ଆବେଦନକାରୀମାନେ ସେପ୍ଟେମ୍ବର ୨ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯଦି କୌଣସି ତ୍ରୁଟି ରହେ ତେବେ ତାହାକୁ ସେମାନେ ୩ ତାରିଖରେ ସଂଶୋଧନ କରିପାରିବେ। ସେପ୍ଟେମ୍ବର ୧୦ତାରିଖ ଅପରାହ୍ନ ୪ଟାରେ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ରୁ ୧୩ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ସେହିପରି ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୭ତାରିଖ ଅପରାହ୍ନ ୪ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୋଟିସ ବୋର୍ଡ ଏବଂ ୱେବ୍‌ସାଇଟରେ ପ୍ରକାଶ କରିବେ ଏବଂ ୧୮ ଓ ୧୯ ତାରିଖରେ ତାଙ୍କ ନାମଲେଖା ହେବ। ଏହାପରେ ସିଟ୍ ବଳକା ରହିଲେ ୱେଟିଂ ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠନ ପକ୍ଷରୁ କଲ୍ ଓ ହ୍ୱାଟ୍ସଆପ୍ ଜରିଆରେ ନାମଲେଖା ପାଇଁ ଅବଗତ କରାଯାଇ ୨୦ ଓ ୨୧ତାରିଖରେ ସେମାନଙ୍କ ନାମଲେଖା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking