16.1 C
Bhubaneswar
Thursday, February 5, 2026
Homeଓଡିଶା୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ ମୃତ

୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବେଲପଡ଼ାର ତଳିପଡ଼ାରେ ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ୩ଜଣଙ୍କ ମତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ୨୫ରୁ ଅଧିକ ଲୋକ ଝାଡ଼ ଝାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଅନ୍ୟପକ୍ଷେ ଦୂଷିତ ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ସହରର ବିଭିନ୍ନ ନାଳ, ନର୍ଦ୍ଦମା ସଫା କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତରେ ସହରରେ ମଶା, ମାଛିଙ୍କ ପ୍ରାଦୁର୍ଭାବ ମଧ୍ୟ ବଢିବାରେ ଲାଗିଛି। ଏନେଇ ସହରରେ ଡେଙ୍ଗୁକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ତୁରନ୍ତ ଡ୍ରେନେଜ ସଫା କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking