କଟକ: ଅଶାନ୍ତ କଟକ । ଖୁଦୁରୁକୁଣୀ ଓଷାକୁ ନେଇ ଘଟିଗଲା ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଥିଲେ ଦୁଇଗୋଷ୍ଠୀ । ବଚସାରୁ ଘଟଣା ଧୀରେ ଧୀରେ ତୀବ୍ର ରୂପ ନେଲା । ଘଟଣାକୁ ନେଇ ଫୁଟିଲା ବୋମା । ଘଟଣାରେ ୩ଜଣ ଆହତ ହେଲେ । ଏଭଳି ଘଟଣା କଟକ ତିଗିରିଆ ବିଷ୍ଣୁପୁର ଗାଁରୁ ସାମ୍ନାକ୍ୁ ଆସିଛି ।
ଦୁଇ ଯୁବ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗାଁରେ ବୋମାଡରେ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।