ବାରିପଦା : ପାହାଡ଼ ଉପରୁ ମିଳିଲା ୩ ଶବ । ଔପଦା ଥାନା ବରପଦା ଗାଁ ନିକଟ ପାହାଡ଼ରୁ ମିଳିଲା ୩ ଜଣଙ୍କ ମୃତଦେହ । ନିଖୋଜର ୫ ଦିନ ପରେ ପାହାଡ଼ରୁ ୩ ଜଣଙ୍କ ମୃତଦେହ ଠାବ ହୋଇଛି । ଗତ ରବିବାର ରାତିରୁ ନିଖୋଜ ଥିଲେ ଗାଁର ୨ ମହିଳା, ଜଣେ ପୁରୁଷ । ଗୁଣି ଗାରେଡି ସନ୍ଦେହରେ ପାହାଡ଼ ଉପରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ୬ ଜଣଙ୍କୁ ଥାନାରେ ଅଟକ ରଖିଛି ଔପଦା ଥାନା ପୋଲିସ । ତେବେ କିଏ କେଉଁ ପରିସ୍ଥିତିରେ ଏପରି କରିଛି ତାହା ଜଣା ପଡ଼ିନାହିଁ ।










