କୋଲ୍କାତା: ତୃଣମୂଳକ କଂଗ୍ରେସ (ଟିଏମ୍ସି)ର ଜଣେ ନେତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସ୍ ଶୁକ୍ରବାର ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । କୁଚବିହାର ଆଡିସ୍ନାଲ୍ ଏସ୍ପି ଅମିତ ବର୍ମା ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ କହିଛନ୍ତି, ଟିଏମ୍ସି ନେତା ନୀଳିମା ବର୍ମନ୍, ତାଙ୍କ ସ୍ୱାମୀ ବିମଳ ବର୍ମ ଏବଂ କନ୍ୟା ରୁନା ବର୍ମନ୍ଙ୍କ ଉପରେ କୁଚବିହାର ଜିଲ୍ଲାର ସୀତଲକୁଚିରେ କଥିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ତାଙ୍କର ଅନ୍ୟ ଜଣେ କନ୍ୟା ଇତି ବର୍ମନ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ।