19.1 C
Bhubaneswar
Friday, November 22, 2024
Homeଖେଳ୨ରେ ଏଆଇଏଫ୍‌ଏଫ୍ ନିର୍ବାଚନ, ଗୁରୁବାରଠାରୁ ପ୍ରାର୍ôଥପତ୍ର ଦାଖଲ

୨ରେ ଏଆଇଏଫ୍‌ଏଫ୍ ନିର୍ବାଚନ, ଗୁରୁବାରଠାରୁ ପ୍ରାର୍ôଥପତ୍ର ଦାଖଲ

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) କାର୍ଯ୍ୟକାରୀ କମିଟି ନିର୍ବାଚନ ସେପ୍ଟେମ୍ବର ୨ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ଅଗଷ୍ଟ ୨୫ ତାରିଖରୁ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହେବ ବୋଲି ରିଟର୍ଣ୍ଣି ଅଫିସର୍ ଘୋଷଣା କରିଛନ୍ତି । ଫୁଟ୍‌ବଲର୍ ବିଶ୍ୱ ଗଭର୍ଣ୍ଣିଂ ବଡି ଫିଫା ଦାବି ଅନୁସାରେ ସୁପ୍ରିମକୋର୍ଟ ସୋମବାର ପ୍ରଶାସକ କମିଟି (ସିଓଏ)ର ହସ୍ତକ୍ଷେପ ଉପରେ ରହିତାଦେଶ ଜାରି କରିବା ସହ ନିର୍ବାଚନକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶର କିଛି ଘଣ୍ଟା ପରେ ରିଟର୍ଣ୍ଣି ଅଫିସର୍ ଉମେଶ ସିହ୍ନା ନିର୍ବାଚନ ପାଇଁ ଏକ ନୂତନ ନୋଟିସ୍ ଜାରି କରିଛନ୍ତି ।

ଏହା ଅନୁସାରେ ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ଏବଂ ରବିବାର ପ୍ରାର୍ଥିପତ୍ର ଯାଞ୍ଚ୍ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ ଅଗଷ୍ଟ ୨୯ ଥବାବେଳେ ୩୦ ତାରିଖରେ ଏଆଇଏଫ୍‌ଏଫ୍ ୱେବ୍‌ସାଇଟ୍‌ରେ ବୈଧ ପ୍ରାର୍ଥିପତ୍ର ତାଲିକା ପ୍ରକାଶ କରାଯିବ । ସେପ୍ଟେମ୍ବର ୨ ତାରିଖରେ ନୂଆଦିଲ୍ଲୀର ଏଆଇଏଫ୍‌ଏଫ୍ ହେଡ୍‌କ୍ୱାର୍ଟର୍‌ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ସେପ୍ଟେମ୍ବର ୨ କିମ୍ବା ୩ ତାରିଖରେ ପ୍ରକାଶ ପାଇବ । ତୃତୀୟ ପକ୍ଷର ହସ୍ତକ୍ଷେପ ଅଭିଯୋଗରେ ଫିଫା ଅଗଷ୍ଟ ୧୫ ତାରିଖରେ ଏଆଇଏଫ୍‌ଏଫ୍‌କୁ ନିଲମ୍ବିତ କରିଥିଲା । ଫଳରେ ଦେଶରେ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ୍ ପ୍ରତି ବିପଦ ସୃଷ୍ଟି ହୋଇଥିଲା ।

ଏଆଇଏଫ୍‌ଏଫ୍ ଉପରୁ ନିଲମ୍ବନ ଆଦେଶ ହଟାଇବା ଏବଂ ଦେଶରେ ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନ ପ୍ରଶାସକ କମିଟି (ସିଓଏ)ର ବିଦାୟ ଉପରେ ନିର୍ଭର କରୁଥିଲା । ସୋମବାର ସର୍ବୋଚ୍ଚ କୋର୍ଟ ସିଓଏକୁ ଭଙ୍ଗ କରିବା ସହ ମହାସଂଘର ଦୈନନ୍ଦିନ କାର୍ଯ୍ୟ ଦେଖିବା ପାଇଁ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ସୁନନ୍ଦୋ ଧରଙ୍କୁ ଆଦେଶ ଦେଇଥିଲେ । ଏଆଇଏଫ୍‌ଏଫ୍ ନିର୍ବାଚନ ପାଇଁ ଜାରି କରାଯାଇଥିବା ପରିବର୍ତ୍ତିତ ନିର୍ଦ୍ଦେଶ ଅନୁସାରେ ପୂର୍ବତନ ଫୁଟ୍‌ବଲର୍‌ଙ୍କ ଭୋଟ୍‌ଦାନ ଅଧିକାର ରହିବ ନାହିଁ । ଅର୍ଥାତ୍ ନିର୍ବାଚନରେ ଭାଗନେବାକୁ ହେଲେ ପୂର୍ବତନ କ୍ୟାପ୍‌ଟେନ୍ ବାଇଚୁଙ୍ଗ୍ ଭୁଟିଆଙ୍କୁ କୌଣସି ଏକ ରାଜ୍ୟ ୟୁନିଟ୍‌ରୁ ପ୍ରତିନିଧିତ୍ୱ କରିବାକୁ ହେବ । ପୂର୍ବରୁ ପୂର୍ବତନ ଫୁଟ୍‌ବଲର୍‌ଙ୍କର ଭୋଟ୍‌ଦାନ ଅଧିକାର ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking