ନୂଆଦିଲ୍ଲୀ: ୨ଠ୨ଠରୁ ୨ଠ୨୩ ମଧ୍ୟରେ ୨ଠ୬ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି । ଆଗତ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି । ରାୟ କହିଛନ୍ତି ଗତ ୩ ବର୍ଷ ମଧ୍ୟରେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ମାମଲାର ଧାରା ବୃଦ୍ଧି ପାଇଥିବା ନେଇ ବିରୋଧୀ ଦଳ ଯାହା ଅଭିଯୋଗ କରୁଛନ୍ତି ତାହା ଠିକ୍ ନୁହେଁ । ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗତ ୨ ବର୍ଷ ମଧ୍ୟରେ ପାରସ୍ପରିକ ସଂଘର୍ଷର କୌଣସି ଘଟଣା ଘଟିନାହିଁ ।