28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକାର୍ଗିଲ ବିଜୟ ଦିବସକୁ ୨୫ ବର୍ଷ ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

କାର୍ଗିଲ ବିଜୟ ଦିବସକୁ ୨୫ ବର୍ଷ ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୫ତମ କାର୍ଗିଲ ବିଜୟ ଦିବସ । ଏହି ଅବସରରେ କାର୍ଗିଲ ଯୁଦ୍ଧର ହିରୋମାନଙ୍କୁ ସମ୍ମାନ ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲଦାଖର ଦ୍ରାସ ସେକ୍ଟରରେ ଥିବା କାରଗିଲ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଛନ୍ତି । ଦ୍ରାସରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୯୯୯ ମସିହାର ଜୁଲାଇ ୨୬ ରେ କାର୍ଗିଲରେ ପାକିସ୍ତାନ ସେନା ଉପରେ ବିଜୟ ହାସଲ କରି ତ୍ରିରଙ୍ଗା ଉଡ଼ାଇଥୁଲା ଭାରତୀୟ ସେନା ବନ୍ଧୁତାର ହାତ ବଢାଇଥିବା ଭାରତ ପ୍ରତି ବିଶ୍ବାସଘାତକତା କରିଥିବା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା । ଅପରେସନ ବିଜୟରେ ସାରା ବିଶ୍ବ ଦେଖୁଥିଲା ଭାରତୀୟ ଯବାନଙ୍କ ସାହସ ଓ ପରାକ୍ରମା ବିଶ୍ବାସଘାତକତା ସହ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନାକୁ ସୀମା ପାର୍ କରାଇ ଦେଶ ପାଳିଥିଲା ବିଜୟ ଦିବସା ୨ ମାସ ୩ ସପ୍ତାହ ୨ ଦିନର କାରଗିଲ୍ ଲଢ଼େଇରେ ସହିଦ ହୋଇଥିଲେ ୫୨୭ ଭାରତୀୟ ସେନା ଅଧିକାରୀ ଓ ଯବାନା ଭାରତୀୟ ସେନାର ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନା ଅନୁପ୍ରବେଶ କରି ଅକ୍ତିଆର କରିଥିବା ଭାରତୀୟ ପୋଷ୍ଟଗୁଡିକ ଉପରେ ପୁଣି ଥରେ ସଗର୍ବେ ଉଡିଥିଲା ତ୍ରିରଙ୍ଗା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking