28.1 C
Bhubaneswar
Friday, November 22, 2024
Homeଓଡିଶାଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି : ଖୋଲିଲା ପୂର୍ବ ଭାରତର...

ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି : ଖୋଲିଲା ପୂର୍ବ ଭାରତର ପ୍ରଥମ ସ୍କ୍ରାପିଂ ୟୁନିଟ

ଖୋର୍ଦ୍ଧା: ଏଣିକି ରାସ୍ତାରେ ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡି । ଖୋର୍ଦ୍ଧାରେ ଖୋଲିଛି ପୂର୍ବ ଭାରତର ପ୍ରଥମ ତଥା ଦେଶର ଦ୍ୱିତୀୟ ସ୍କ୍ରାପିଂ ୟୁନିଟ୍ । ଏଠାରେ ସବୁ ପୁରୁଣା ଗାଡିଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ଦିଆଯିବ । ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାର କୁମାରବସ୍ତରେ ଆରମ୍ଭ ହୋଇଛି ଏହି ସ୍କ୍ରାପିଂ ୟୁନିଟ । ଏହାକୁ ଉଦଘାଟନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।ଏଠାରେ ପୁରୁଣା ଗାଡି ଗୁଡିକୁ ସ୍କ୍ରାପିଂ କରାଯାଇ ତାର ଉଚିତ ମୂଲ୍ୟ ପ୍ରଦାନ କରାଯିବା ସହିତ ନୂଆ ଯାନ କିଣିଲା ବେଳେ ଅନେକ ସୁବିଧା ସୁଯୋଗ ମିଳିବ ।

ରାଜ୍ୟର ସବୁ ଅଞ୍ଚଳର ପୁରୁଣା ଯାନଗୁଡିକୁ ଏଠାରେ ସ୍କ୍ରାପିଂ କରାଯିବ । ପ୍ରଥମ ଦଫାରେ ସମସ୍ତ ସରକାରୀ ପୁରୁଣା ଯାନଗୁଡିକର ସ୍କ୍ରାପିଂ ଆରମ୍ଭ ହୋଇଛିା ଏଥିପାଇଁ ଅତ୍ୟାଧୁନିକ ମେସିନ କାମ କରିବା ସହ ଉନ୍ନତ ବୈଷୟିକ କୌଶଳ କାର୍ଯ୍ୟକାରୀ କରାଯାଉଛି । ଏହି ୟୁନିଟ ଦ୍ୱାରା ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଯିବା ସହିତ ବାୟୁ ପ୍ରଦୂଷଣକୁ ରୋକାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking