କୋରାପୁଟ: ସକାଳ ଜଳଖିଆରେ ଚା ମିକ୍ସଚର । ମଧ୍ୟାହ୍ନ ଭୋଜନରେ ଚେନାଚୁରକୁ ପାଣି । ରାତି ଭୋଜନରେ ରାଗ ମିଶା ପକୁଡି ଖାଇ ବିତୁଛି ଜୀବନ । ଦିନେ ନୁହେଁ କି ମାସ ନୁହେଁ ଦୀର୍ଘ ୨୫ ବର୍ଷ ଧରି ଏମିତି କଟୁଛି ଜୀବନ । କଥାଟି ଆଶ୍ଚର୍ଯ୍ୟ ହେଲେ ବି ସତ । କୋରାପୁଟ ବୋରିଗୁମ୍ମା ବ୍ଲକ ବିରିଗୁଡା ଗ୍ରାମରେ ଭାନୁମତିଙ୍କୁ ନେଇ ଚର୍ଚ୍ଚା ।
ସୂଚନା ମୁତାବକ ଭାନୁମତି ସକାଳୁ ଜଳଖିଆରେ ଚା’ ସହିତ ମିକ୍ସଚର ଓ ଦ୍ୱିପହରରେ କେବଳ ମିକ୍ସଚର ଏବଂ ରାତ୍ର ଅଳ୍ପ ରାଗ ପକୁଡି ଖାଆନ୍ତି। ।ଆଶ୍ଚର୍ଯ୍ୟର ବିଷୟ ହେଲା ଘରେ ରୋଷେଇ ହୋଇଥିବା ଖାଦ୍ୟ ତାକୁ ରୁଚେ ନାହିଁ । ମାଆ ବାପାଙ୍କ ପ୍ରତି ଦିନ ଖାଇବାକୁ ଦିଅନ୍ତି । କିନ୍ତୁ ଯୁବତୀ ଜଣ ଭାତ ତରକାରୀ ଖାଆନ୍ତି ନାହିଁ । ଏହାକୁ ଖାଇଲେ ବାନ୍ତି କରିଦିଅନ୍ତି ବୋଲି କହିଛନ୍ତି ଭାନୁମତୀଙ୍କ ମାଆ । ଝିଅର ଏମିତି ଅଜବ ଖାଦ୍ୟ ନିଶାକୁ ନେଇ ବାପା-ମା ଚିନ୍ତିତ । ଏ ଅଜବ ଖାଦ୍ୟ ଗ୍ରହଣ କରିବା ନେଇ ପରିବାର ଲୋକ ଡାକ୍ତରଙ୍କ ପରାମର୍ଶ କରିଛନ୍ତି । କୋରାପୁଟରେ ଡାକ୍ତର ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ବି ଦେଖାସରିଛି । ଆସ୍ତେ ଆସ୍ତେ ଅନ୍ୟ ଖାଦ୍ୟ ଖାଇବା ଦ୍ବାର ଅଭ୍ୟାସରେ ପରିବର୍ତ୍ତନ ହେବ ବୋଲି ଡାକ୍ତର କହିଛନ୍ତି ।