27.1 C
Bhubaneswar
Sunday, September 29, 2024
Homeଓଡିଶାଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ

ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଓ ଭାସ୍କର୍ଯ୍ୟ ଉଦ୍ୟାନ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ
Illustrated palmleaf manuscript and Timeless Tales ପୁସ୍ତକ ଲୋକାର୍ପିତ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକ୍‌କୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମିତ ହୋଇଥିବା ନୂତନ ଭାସ୍କର୍ଯ୍ୟ ଉଦ୍ୟାନକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଶିଳ୍ପୀ ମାନଙ୍କର କଳାକୃତୀର ଉଚ୍ଚପ୍ରଶଂସା କରିଥିଲେ। ରାଜ୍ୟ ସଂଗ୍ରହାଳୟ ଦ୍ବାରା ପ୍ରକାଶିତ ଦୁଇଟି କାଳଜୟୀ ପୁସ୍ତକ Illustrated Palmleaf Manuscript ଓ Timeless Tales ପୁସ୍ତକ ଲୋକାର୍ପଣ କରିଥିଲେ। ଏହାସହିତ ସେ ବିଶ୍ବବିଦ୍ୟାଳୟର ଦୃଶ୍ୟକଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ଦାଶ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking