31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବ ଚାଲିଲା ୨୪ ଟ୍ରେନ

ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବ ଚାଲିଲା ୨୪ ଟ୍ରେନ

ନୂଆଦିଲ୍ଲୀ : ଉତ୍ତର, କେନ୍ଦ୍ର ଓ ଉତ୍ତରପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ ସହିତ ଜାରି ରହିଛି ଘନକୁହୁଡ଼ି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଜାନୁୟାରି ୧୫ ପର‌୍ୟ୍ୟନ୍ତ ଏହିଭଳି  ଘନକୁହୁଡି ଲାଗି ରହିବ। ଏଥିପାଇଁ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀକୁ ଆସୁଥିବା ୨୪ଟି ଟ୍ରେନ  ବିଳମ୍ବରେ ଚାଲୁଥିବାର ଜଣାଇଛି। ଏପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଜାନୁୟାରି ୧୧ରୁ ୧୫ ତାରିଖ ପଯ୍ୟନ୍ତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଉତ୍ତରପ୍ରଦେଶ, ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟରୀ, ଗୁରୁବାର ସକାଳ ସାଢେ ୫ ଟା ସୁଦ୍ଧା ପଞ୍ଜାବର ବଥିଣ୍ଡା ଓ  ଆଗ୍ରାର ଦୃଶ୍ୟମାନତା ୦ ମିଟର କୁ ଖସିଯାଇଛି। ଠିକ୍ ସେହିଭଳି ତ୍ରିପୁରାରର ଅଗ୍ରତାଲାରେ ୨୫ମିଟର ଏବଂ ଜମ୍ମୁର, ଉତ୍ତରପ୍ରଦେଶ, ବାରାଣାସୀ, ମଧ୍ୟପ୍ରଦେଶର ସତନା , ବିହାରର ପୁଣ୍ଣିଆ , ଆସାମର ତେଜପୁର ଓ ହରିୟାଣାର ହିସାରରେ ୫୦ମିଟର ତଳକୁ ଖସିଥିବାର ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking