27.1 C
Bhubaneswar
Saturday, October 19, 2024
Homeଓଡିଶାଏସ୍‌ସିବିରେ ଖୋଲିଲା ୨୪ ଘଣ୍ଟିଆ ହେଲ୍ପଡେସ୍କ

ଏସ୍‌ସିବିରେ ଖୋଲିଲା ୨୪ ଘଣ୍ଟିଆ ହେଲ୍ପଡେସ୍କ

କଟକ: ବିଶ୍ୱସ୍ତରୀୟ ହେବାକୁ ଯାଉଥିବା ଏସ୍‌ସିବି ମେଡିକାଲରେ ରୋଗୀ ଓ ସେମାନଙ୍କ ସମ୍ପର୍କିୟଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଡେସ୍କ ବ୍ୟବସ୍ଥା ଆରମ୍ଭ ହୋଇଛି । ୪ଟି ବିଏସ୍‌ଏନ୍‌ଏଲ୍ ଲ୍ୟାଣ୍ଡ ଲାଇନ୍ ଫୋନ୍‌କୁ ରୋଗୀ ସହାୟତା ପାଇଁ ବ୍ୟବସ୍ଥା କରାଯାଇଛି । ତନ୍ମଧ୍ୟରୁ ଜରୁରୀକାଳୀନ ଚିକିତ୍ସା କାଜୁଆଲିଟିରେ ଲାଗିଥିବା ଗୋଟିଏ ଫୋନ୍ ନମ୍ବର (୦୬୭୧-୨୯୯୨୮୦୦)କୁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ଭାବେ ରଖାଯାଇଛି ।

ଏଥିସହ ଅନ୍ୟ ତିନୋଟି ନମ୍ବର ମଧ୍ୟରୁ ଭିଆରଡିଏଲ ବିଲଡିଂରେ ୦୬୭୧-୨୯୯୨୫୦୦, ମଙ୍ଗଳାବାଗ ଗେଟ୍‌ରେ ୦୬୭୧-୨୯୯୨୬୦୦ ଓ ରାଣୀହାଟ ଗେଟ୍‌ରେ ୦୬୭୧-୨୯୯୨୭୦୦ ଫୋନ୍ ନମ୍ବରକୁ ସକାଳ ୬ଟାରୁ ରାତି ୧୦ଟା ଯାଏ ରୋଗୀମାନଙ୍କ ସେବା ପାଇପାରିବେ । ରୋଗୀ ଓ ସେମାନଙ୍କ ସମ୍ପର୍କିୟମାନେ ଏହି ଫୋନ୍ ନମ୍ବରଗୁଡ଼ିକୁ ଯୋଗାଯୋଗ କରି ସହାୟତା ଲୋଡ଼ିପାରିବେ ବୋଲି ମେଡିକାଲ ପକ୍ଷରୁ ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking