ନୂଆଦିଲ୍ଲୀ: ସିକିମରେ ବାଦଲ ଫଟା ବର୍ଷା । ବନ୍ୟାଯୋଗୁଁ ୨୩ ଜଣ ଯବାନ ଭାସିଯାଇଥିବା ସୂଚନା ମିଳିଛି । ବାଦଲ ଫଟା ବର୍ଷା ପରେ ଲାଚେନ୍ ଉପତ୍ୟକାର ତୀସ୍ତା ନଦୀରେ ଅଚାନକ ୧୫ରୁ ୨୦ ଫୁଟ ଉଚ୍ଚର ପାଣି ମାଡି ଆସିଥିଲା । ଏଥିଯୋଗୁ ନଦୀତଟରେ ଥିବା ଅନେକ ଘର ଭାସିଯାଇଛି । ଶହ ଶହ ଯାନବାହାନ ପାଣି ସୁଅରେ ଭାସି ଯାଇଛି । ନଦୀର ପ୍ରଖର ସ୍ରୋତରେ ୨୩ଜଣ ଯବାନ ଭାସିଯାଇଥିବା ସୂଚନା ମିଳିଛି। ସେନାକ୍ୟାମ୍ପ ମଧ୍ୟ ପ୍ରଭାବିତ ହୋଇଛି । ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି । ବାଦଲ ଫଟା ବର୍ଷା ପରେ ବିଭିନ୍ନ ନଦୀରେ ଜଳସ୍ତର ବିପଜ୍ଜନକ ଭାବେ ବଢିବାରେ ଲାଗିଛି ।
ବନ୍ୟା ପରେ ଚୁଙ୍ଗନାଥ ବନ୍ଧରୁ ପାଣି ଛାଡ଼ିବା ପରେ ତଳିଆ ଅଞ୍ଚଳରେ ୧୫-୨୦ ଫୁଟ ପର୍ଯ୍ୟନ୍ତ ଅଚାନକ୍ ଜଳସ୍ତର ବଢ଼ିଯାଇଛି । ଫଳରେ ସିଙ୍ଗତମ ନିକଟ ବରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡି ଗୁଡ଼ିକ ବୁଡ଼ିଯାଇଛି । ଏହା ବ୍ୟତୀତ ୨୩ ଜଣ ସେନା ଯବାନ ନିଖୋଜ ଥିବା ଖବର ରହିଛି । ସିକିମରେ ତିସ୍ତା ନଦୀର ଜଳସ୍ତର ବୃଦ୍ଧି ହେତୁ ହାଇ ଆଲର୍ଟ ଜାରି କରାଯାଇଛି । ବନ୍ୟା ହେତୁ ସିକିମରୁ ସିଙ୍ଗଥମ ଫୁଟବ୍ରିଜ ଭୁଶୁଡି ପଡିଛି । ଜଲପାଇଗୁରି ପ୍ରଶାସନ ତିସ୍ତା ନଦୀର ତଳିଆ ଅଞ୍ଚଳକୁ ଖାଲି କରିବା ଆରମ୍ଭ କରିଛି ।