30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶୟୁକ୍ରେନ୍ ରେଳ ଷ୍ଟେସନରେ ରୁଷୀୟ ରକେଟ୍ ମାଡ଼ ଯୋଗୁଁ ୨୨ ନିହତ

ୟୁକ୍ରେନ୍ ରେଳ ଷ୍ଟେସନରେ ରୁଷୀୟ ରକେଟ୍ ମାଡ଼ ଯୋଗୁଁ ୨୨ ନିହତ

କିବ୍: ବୁଧବାର ଦିନ ଗୋଟାଏ ୟୁକ୍ରେନୀୟ ରେଳ ଷ୍ଟେସନ୍ ଉପରେ ରୁଷୀୟ ରକେଟ୍ ମାଡ଼ ହେବାରୁ ଅନ୍ୟୂନ ୨୨ଜଣ ବ୍ୟକ୍ତି ନିହତ ହୋଇଛନ୍ତି ଓ ପ୍ରାୟ ୫୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି କହିଛନ୍ତି। ମସ୍କୋ ପ୍ରାଧାନ୍ୟରେ ଥିବା ସୋଭିଏତ୍ ଶାସନରୁ ମୁକ୍ତ ହୋଇଥିବା ୟୁକ୍ରେନ୍ ଅଗଷ୍ଟ ୨୪ ତାରିଖରେ ସ୍ବାଧୀନତା ଦିବସ ପାଳନ କରିବା ଅବସରରେ ଜେଲେନସ୍କି ଉପରୋକ୍ତ ଘୋଷଣା କରିଛନ୍ତି। କିନ୍ତୁ, ଚଳିତ ବର୍ଷ ଅଗଷ୍ଟ ୨୪ ପାଳନ ଅବସରରେ ୟୁକ୍ରେନରେ ଛୁଟି ଘୋଷଣା କରାଯାଇ ନ ଥିଲା। ମାତ୍ର ଅନେକ ୟୁକ୍ରେନୀୟ ଦେଶର ଜାତୀୟ ପୋଷାକ ଭଳି ଛୁଞ୍ଚିକାମ (ଏମ୍ବ୍ରଡରି) କରାଯାଇଥିବା ସାର୍ଟ ପିନ୍ଧିଥିଲେ। ଜାତିସଂଘର ସୁରକ୍ଷା ପରିଷଦ୍ ପ୍ରତି ଉଦ୍ଦିଷ୍ଟ ଭିଡିଓ ଭାଷଣରେ ଜେଲେନସ୍କି କହିଛନ୍ତି, ୟୁକ୍ରେନର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ରୁଷୀୟ ଅଧିକୃତ ଦୋନେସ୍କର ୧୪୫ କିଲୋମିଟର୍ ଦୂର କ୍ଷୁଦ୍ର ନଗରୀ ଚାପଲିନରେ ରୁଷୀୟ ରକେଟ୍ ସବୁ ଗୋଟାଏ ଟ୍ରେନ୍ ଉପରେ ପଡ଼ିବା ଫଳରେ ୪ଟି ବଗି ପୋଡ଼ିଯାଇଛି। କିନ୍ତୁ, ଏ ସଂକ୍ରାନ୍ତରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ତୁରନ୍ତ କୌଣସି ଟିପ୍ପଣୀ ଦେଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking