କଟକ: କଟକରେ ୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ୫ ଜଣ ହସ୍ପିଟାଲରେ ଏବଂ ୧୭ ଜଣ ସଙ୍ଗରୋଧରେ ଭର୍ତ୍ତି ହୋଇଛନ୍ତି । ଏନେଇ ସିଡିଏମଓ ଡାକ୍ତର ପ୍ରଶାନ୍ତ ହୋତାଙ୍କ ସୂଚନା । କହିଲେ କଟକରେ ଭୟାବହ ସ୍ଥିତି ନାହିଁ । ଲକ୍ଷଣ ଥିଲେ ଘରେ ରହିବାକୁ ଏବଂ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ କୁ ବୃଦ୍ଧି ହୋଇଥିବା ବେଳେ ଦେଶରେ ଦିନକରେ ୩୭୮ ନୂଆ କୋଭିଡ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୧୩୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୫୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି ।










