ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୨ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୮୮୪କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୮ ଜଣ ମୃତକ ଅଛନ୍ତି।
ଅପରପକ୍ଷରେ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ମୃତକ ଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩ ଓ ଭୁବନେଶ୍ବରରୁ ୨ ଜଣ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଗଞ୍ଜାମର ଏକ ଚାରି ମାସର ଶିଶୁକନ୍ୟା ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏମାନଙ୍କ ଭିତରେ ୬ ଜଣ ଥିବା ବେଳେ ଅବଶିଷ୍ଟ ୧୬ ଜଣ ପୁରୁଷ ଥିବା ବି ଜଣାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ୨୪ ଜଣଙ୍କର ସଂକ୍ରମିତ ପ୍ରାଣହାନି ଘଟିଥିଲା।