ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରେ ଚଢ଼ାଉ କରି ଅବକାରୀ ପୁଲିସ ଜଣେ ମହିଳା ନିଶାବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଭରତପୁର ସତ୍ୟନଗର ବସ୍ତିର ଲକ୍ଷ୍ମୀ ଦାସ(୪୦) । ତାଙ୍କ ଠାରୁ ୨୧ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏନେଇ ଅବକାରୀ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ଲକ୍ଷ୍ମୀ ସ୍ଥାନୀୟ ଅଞ୍ଚଳରେ ବ୍ରାଉନସୁଗର କାରବାର କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ସବୁଦିନ ଭଳି ମଙ୍ଗଳବାର ଲକ୍ଷ୍ମୀ ବ୍ରାଉନସୁଗର ବିକ୍ରି କରୁଥିବା ଖବରପାଇ ଅବକାରୀ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲେ । ଚଢାଉ ବେଳେ ଦୁଇଜଣ ଫେରାର ହୋଇଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମହିଳା ବେପାରୀ ଧରାପଡ଼ିଥିଲେ । ପରେ ତାଙ୍କୁ ଯାଞ୍ଚ କରିବାରୁ ୨୧ ଗ୍ରାମ ବ୍ରାଉନସୁଗାର ଓ କିଛି ଟଙ୍କା ଜବତ କରିଥିଲା । ଯାହାର ଆନୂମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ।