ଭୁବନେଶ୍ୱର: ଗତକିଛି ଦିନ ହେବ ପାରଦ ଉପମୁହାଁ ହେଉଥିବାରୁ ଦୈନିକ ତାପମାତ୍ରାରେ ବୃଦ୍ଧି ହେଉଛି । ଆଜି ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ର ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ୯ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ଆଗକୁ ଦିନର ତାପମାତ୍ରା ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସୂଚନା ଅନୁଯାୟୀ, ବାଲେଶ୍ୱରରେ ୩୬, ଚାନ୍ଦବାଲିରେ ୩୮.୭, କଟକରେ ୩୭.୦, ପାରାଦୀପରେ ୩୩.୫, ଭୁବନେଶ୍ୱରରେ ୩୭.୬, ଗୋପାଳପୁରରେ ୩୦.୧, ପୁରୀରେ ୩୨.୬, ଅନୁଗୁଳରେ ୪୩.୧, ବାରିପଦାରେ ୪୧, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରରେ ୪୦.୨, ସମ୍ବଲପୁରରେ ୪୨.୪, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୨, ବଲାଙ୍ଗିରରେ ୪୪.୩, କୋରାପୁଟରେ ୩୬.୨, ଫୁଲବାଣୀରେ ୩୯.୪, ଟିଟିଲାଗଡ଼ରେ ୪୩.୫, ତାଳଚେରରେ ୪୦.୬, ଛତ୍ରପୁରରେ ୩୩, ରାୟଗଡ଼ାରେ ୩୮.୬, ଭଦ୍ରକରେ ୪୦, ଢେଙ୍କାନାଳରେ ୪୦, ଦେବଗଡ଼ରେ ୪୨, ବରଗଡ଼ରେ ୪୦, ନୂଆପଡ଼ାରେ ୪୧, ନବରଙ୍ଗପୁରରେ ୩୭.୪, ଖୋର୍ଦ୍ଧାରେ ୪୦, ଜଗତସିଂହପୁରରେ ୩୫, ବୌଦ୍ଧରେ୪୩, ଦାରିଙ୍ଗବାଡ଼ିରେ ୩୫, ପାରଳାଖେମୁଣ୍ଡିରେ ୪୧ ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି ।
ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ତାପାମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ତିନିରୁ ଚାରି ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଧରି ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏନେଇ ୧୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ଏସ୍ଆର୍ସି ପରାମର୍ଶ ଦେଇଛନ୍ତି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।