30.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶ୨୦୨୨ ଜାନୁଆରୀ-ଅଗଷ୍ଟ ରିପୋର୍ଟ: ଚାହା ରପ୍ତାନୀ ୧୪.୮% ବୃଦ୍ଧି ପାଇଛି

୨୦୨୨ ଜାନୁଆରୀ-ଅଗଷ୍ଟ ରିପୋର୍ଟ: ଚାହା ରପ୍ତାନୀ ୧୪.୮% ବୃଦ୍ଧି ପାଇଛି

କୋଲକାତା : ଚଳିତବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଭାରତରେ ଚାହା ରପ୍ତାନୀ ୧୪.୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଟି’ ବୋର୍ଡ ସୂତ୍ରରୁ ଜଣାପଡିଛି । ଅର୍ଥାତ୍ ଏହି ସମୟରେ ୧୪୦.୨୮ ନିୟୁତ କିଲୋ ଚାହା ବିଦେଶକୁ ରପ୍ତାନୀ କରାଯାଇଛି । ୨୦୨୧ ଜାନୁଆରୀ-ଅଗଷ୍ଟରେ ଏହି ପରିମାଣ ୧୨୨.୧୮ ନିୟୁତ କିଲୋ ରହିଥିଲା । ଭାରତରୁ ଚାହା ଆମଦାନୀ କରୁଥିବା ରାଷ୍ଟ୍ର ମଧ୍ୟରେ ରୁଷ୍‌, ୟୁକ୍ରେନ୍‌, କାଜାଖ୍‌ସ୍ତାନ ସବୁଠାରୁ ଶୀର୍ଷରେ ରହିଛନ୍ତି । ଚଳିତବର୍ଷ ଏହି ତିନିଟି ରାଷ୍ଟ୍ର ଭାରତରୁ ମିଳିତଭାବେ ୩୦.୫୬ ନିୟୁତ କିଲୋ ଚାହା ଆମଦାନୀ କରିଥିବା ଜଣାପଡିଛି । ପୂର୍ବବର୍ଷ (ଜାନୁଆରୀ-ଅଗଷ୍ଟ) ସେମାନେ ୨୯.୧୩ ନିୟୁତ କିଲୋ ଆମଦାନୀ କରିଥିଲେ । ଏମାନଙ୍କ ପଛକୁ ତାଲିକାରେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ରହିଛି ।

ଚଳିତବର୍ଷ ୟୁଏଇ ଭାରତରୁ ୨୩.୮୪ ନିୟୁତ କିଲୋ ଚାହା ଆମଦାନୀ କରିଥିବା ପ୍ରକାଶ । ତେବେ ଏହି ସମୟରେ ଚୀନକୁ ମାତ୍ର ୩.୫୫ ନିୟୁତ କିଲୋ ଚାହା ରପ୍ତାନୀ କରାଯାଇଛି । ଚଳିତବର୍ଷ ଫେବୃଆରୀରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିବାପରଠାରୁ ସିପିଙ୍ଗ୍ ଓ କଣ୍ଟେନର ଖର୍ଚ୍ଚ ଆକାଶଛୁଆଁ ହୋଇଥିବାରୁ ଏହାର ପ୍ରଭାବ ଚାହା ରପ୍ତାନୀ ଉପରେ ପଡିଥିବା କୁହାଯାଇଛି । ପୁନଶ୍ଚ ଇରାନ ଉପରେ ଆମେରିକା ପକ୍ଷରୁ କଟକଣା ଜାରି କରାଯାଇଥିବାରୁ ପଶ୍ଚିମ ଏସୀୟ ରାଷ୍ଟ୍ରକୁ ଚାହା ରପ୍ତାନୀ ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି । ଅପରପକ୍ଷରେ ୨୦୨୨ ଅଗଷ୍ଟ ସୁଦ୍ଧା ଭାରତ ୩୮୩୭.୨୮ କୋଟି ଟଙ୍କାର ଚାହା ବିଦେଶକୁ ରପ୍ତାନୀ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking