19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶ୨୦୨୧-୨୨ ଇସି ରିପୋର୍ଟ; ବିଜେପିକୁ ସର୍ବାଧିକ ୫୮% ଅନୁଦାନ

୨୦୨୧-୨୨ ଇସି ରିପୋର୍ଟ; ବିଜେପିକୁ ସର୍ବାଧିକ ୫୮% ଅନୁଦାନ

ନୂଆଦିଲ୍ଲୀ: ୨୦୨୧-୨୨ରେ ଜାତୀୟସ୍ତରର ରାଜନୈତିକ ଦଳଗୁଡିକୁ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଯେଉଁ ଆର୍ôଥକ ଅନୁଦାନ ମିଳିଥିଲା ତନ୍ମଧ୍ୟରୁ ବିଜେପିକୁ ସର୍ବାଧିକ ୫୮ ପ୍ରତିଶତ ମିଳିଥିଲା ବୋଲି ନିର୍ବାଚନ କମିଶନ (ଇସି) ସୂତ୍ରରୁ ଜଣାପଡିଛି । ବିଜେପିକୁ ମୋଟ ୧୯୧୭.୧୨ କୋଟି ଟଙ୍କା ମିଳିଥିବାବେଳେ ଏଥିରୁ କେବଳ ୮୫୪.୪୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ତୃଣମୂଳ କଂଗ୍ରେସ ୫୪୫.୭୪ କୋଟି ପାଇଥିବାବେଳେ ୨୬୮.୩୩ କୋଟି ଖର୍ଚ୍ଚ କରିଛି । କଂଗ୍ରେସକୁ ୫୪୧.୨୭ କୋଟି ମିଳିଥିବାବେଳେ ଖର୍ଚ୍ଚ ହୋଇଛି ୪୦୦.୪୪ କୋଟି । ୨୦୧୯-୨୦ରେ ବିଜେପିକୁ ୭୬ ପ୍ରତିଶତ ଇଲେକ୍ଟୋରାଲ ବଣ୍ଡ୍ ମିଳିଥିବାବେଳେ କଂଗ୍ରେସକୁ ମାତ୍ର ୯ ପ୍ରତିଶତ ବଣ୍ଡ୍ ମିଳିଥିବା ଜଣାପଡିଛି । ସେହିବର୍ଷ ବିଜେପି, କଂଗ୍ରେସ, ବହୁଜନ ସମାଜ ପାର୍ଟି (ବିଏସ୍‌ପି), ଏନ୍‌ସିପି, ସିପିଆଇ, ସିପିଏମ୍‌, ତୃଣମୂଳ କଂଗ୍ରେସ ଓ ଏନ୍‌ପିପି (ନ୍ୟାସନାଲ ପିପୁଲ୍‌ସ ପାର୍ଟି) ଭଳି ୮ଟି ଜାତୀୟସ୍ତରର ମୋଟ ୩୨୮୯.୩୪ କୋଟି ଟଙ୍କା ପାଇଥିଲେ ବୋଲି ଇସିଙ୍କ ଆଗରେ ସ୍ୱୀକାର କରିଛନ୍ତି । ୨୦୨୧-୨୨ରେ ବିଜେପି ସମେତ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଏନ୍‌ସିପି ଭଳି ଜାତୀୟସ୍ତରର ୪ଟି ଦଳ ମୋଟ ୧୮୧୧.୯୪ କୋଟି ଟଙ୍କା ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଆର୍ôଥକ ଅନୁଦାନ ପ୍ରସଙ୍ଗର ଅଡିଟ୍ ହୋଇଥିବା ରିପୋର୍ଟ ଦାଖଲ କରିବାକୁ ଇସି ପକ୍ଷରୁ ୨୦୨୨ ନଭେମ୍ବରରେ ସବୁ ଜାତୀୟସ୍ତରର ଦଳଗୁଡିକର ସଭାପତି ଓ ସମ୍ପାଦକଙ୍କୁ ପତ୍ର ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking