19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୨୦୦୫ ବେଙ୍ଗାଲୁରୁ ବିସ୍ଫୋରଣ ମାମଲା: ୪ ଦୋଷୀଙ୍କ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

୨୦୦୫ ବେଙ୍ଗାଲୁରୁ ବିସ୍ଫୋରଣ ମାମଲା: ୪ ଦୋଷୀଙ୍କ ଦଣ୍ଡାଦେଶ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ: ୨୦୦୫ରେ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍ (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ) ପରିସରରେ ଘଟିଥିବା ବୋମା ବିସ୍ଫୋରଣରେ ଦୋଷୀସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କ ଆଜୀବନ ଜେଲ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ମଙ୍ଗଳବାର କାଏମ ରଖିଛନ୍ତି । ଏହି ମାମଲାରେ ପ୍ରଥମେ ୫ ଦୋଷୀଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ପ୍ରଦାନ କରାଯାଇଥିଲା ।

ତେବେ ୨୦୧୬ରେ କର୍ଣ୍ଣାଟକ ହାଇକୋର୍ଟ ଏହି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଏହାର ପ୍ରତିବାଦରେ ୪ ଜଣ ଦୋଷୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ବିସ୍ଫୋରଣରେ ଜଣେ ପ୍ରଫେସର ପ୍ରାଣ ହରାଇଥିବାବେଳେ ୪ ଜଣ ଛାତ୍ର ଆହତ ହୋଇଥିଲେ । ପୁଲିସ ସେତେବେଳେ ୭ ଜଣଙ୍କୁ ଗିରଫ କରିଥିଲା । ୨୦୧୧ରେ ଟ୍ରାଏଲ କୋର୍ଟ ଜଣକୁ ନିର୍ଦ୍ଦୋଷରେ ଖଲାସ କରିଥିବାବେଳେ ଅନ୍ୟ ୬ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking