22.1 C
Bhubaneswar
Thursday, December 5, 2024
Homeଅପରାଧଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ : ପୀଡ଼ିତାଙ୍କୁ ମିଳିବ ୪ ଲକ୍ଷ କ୍ଷତିପୂରଣ

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ : ପୀଡ଼ିତାଙ୍କୁ ମିଳିବ ୪ ଲକ୍ଷ କ୍ଷତିପୂରଣ

କେନ୍ଦୁଝର: ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ଶନିବାର ଦିନ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ଜଣେ ଲୋକ ତାଙ୍କ ସାଙ୍ଗ ବାଂଶପାଳ ବ୍ଲକ୍ ଅନ୍ତର୍ଗତ ରଙ୍ଗଡିହି ଗ୍ରାମର ଧନୁ ଦେହୁରୀ ଙ୍କ ଘରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଝିଅକୁ ଛାଡିଥିଲେ । ସେଠାରେ ନାବାଳିକା ତାଙ୍କ ଘରେ ରହି ନିକଟସ୍ଥ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଧନୁ ଦେହୁରୀ ବିବାହିତ ହୋଇଥିଲେ ମଧ୍ୟ ତାଙ୍କ ସାଙ୍ଗ ଝିଅ ସହିତ ସମ୍ପର୍କ ରଖିବା ପରେ ଝିଅଟି ଗର୍ଭବତୀ ହୋଇଥିଲା ।

ଧନୁ ଦେହୁରୀ ତାକୁ ଗର୍ଭପାତ କରିବାକୁ କହିଥିଲା । ଏଥିସହ ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ନାବାଳିକାକୁ ଧମକ ମଧ୍ୟ ଦେଇଥିଲେ । ସେ ଏଥିରେ ରାଜି ନହୋଇ ଘରକୁ ଚାଲି ଆସି ତା’ ବାପାଙ୍କୁ ଘଟଣା ସମ୍ପର୍କରେ ସବୁ ଜଣାଇଥିଲା । ନାବାଳିକାର ବାପା ଏନେଇ ନୟାକୋଟ ଥାନାରେ ୧୭ ଜୁନ୍‌, ୨୦୧୮ରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଧନୁ ଦେହୁରୀ(୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାରେ ଶନିବାର ଦିନ ଫାଷ୍ଟ୍‌ଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ୧୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଅଭିଯୁକ୍ତ ଧନୁ ଦେହୁରୀକୁ ୨୦ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ୍ ସହିତ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ସେହିପରି ପୀଡ଼ିତା ନାବାଳିକାକୁ ଆଇନ ସହାୟତା କେନ୍ଦ୍ରରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କେସ୍‌କୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଜ୍ଞାନେନ୍ଦ୍ରନାଥ ଜେନା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking