25.1 C
Bhubaneswar
Monday, October 7, 2024
Homeଅପରାଧଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ଜଜ୍ ପିଆର ବହିଦାର ସୋମବାର ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଯେ, ୨୦୨୦ ଡିସେମ୍ବର ୧୪ ତାରିଖରେ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ ଥାନା ଅର୍ନ୍ତଗତ ଗଣ୍ଡମୁଣ୍ଡା ଗ୍ରାମର ଦିଲେଶ୍ୱର ବେହେରା(୫୫) ଘରେ ଏକୁଟିଆ ଥିବା ଜନୈକା ନାବାଳିକାକୁ ପ୍ରଲୋଭନ ଦେଖାଇ ନିକଟସ୍ଥ ନଦୀକୂଳକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ଘଟଣା ସଂପର୍କରେ ନାବାଳିକାର ପରିବାର ପକ୍ଷରୁ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ୧୧ଜଣ ସାକ୍ଷ୍ୟଙ୍କ ବୟାନ ଓ ୩୭ଟି ଦଲିଲକୁ ଆଧାର କରି ଅଭିଯୁକ୍ତ ଦିଲେଶ୍ୱରକୁ ଜଜ୍ ପିଆର ବହିଦାର ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ହଜାର ଟଙ୍କା ଜୋରିମାନା ରାହ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବେ । ସ୍ୱତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking