15.1 C
Bhubaneswar
Tuesday, January 20, 2026
Homeଅପରାଧଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ

ଯାଜପୁର : ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣା ରେ ଅଭିଯୁକ୍ତ ଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୨ ମସିହା ପାଣିକୋଇଲି ଥାନା ଅଞ୍ଚଳର ୧୫ ବର୍ଷୀୟ ନାବାଳିକାକୁ ଘରେ ଏକୁଟିଆ ଥିବା ସୁଯୋଗ ନେଇ ଉକ୍ତ ଗ୍ରାମ ର ଶାନ୍ତନୁ ଜେନା ପୀଡିତା ଙ୍କ ଘରେ ପଶି ବାରମ୍ବାର ନେଇ ଦୁଷ୍କର୍ମ କରିଥିଲା । ସୂଚନା ଯୋଗ୍ୟ ଅଭିଯୁକ୍ତ ପୀଡିତାଙ୍କ ମାଙ୍କୁ ଧରମ ଭଉଣୀ କରି ଏକୁଟିଆ ସୁଯୋଗ ନେଇ ବାରମ୍ବାର ଧର୍ଷଣ କରି ଆସୁଥିଲେ। ଏ ନେଇ ପରିବାର ବର୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଏହି ମାମଲା ର ଶୁଣାଣି କରି ୧୦ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୩୦ ହଜାର ଜରିମାନା ରାୟ ଶୁାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଅଭିଜିତ ପଲାଇ। ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା କୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking