ମୁମ୍ବାଇ: ମୁମ୍ବାଇ ଲୋକାଲ୍ ଟ୍ରେନ୍ର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଗୋଟାଏ ବଗିରେ ଜଣେ ୪୦ ବର୍ଷିୟ ବ୍ୟକ୍ତି ଜଣେ ୨୦ ବର୍ଷୀୟ ତରୁଣୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ପୁଲିସ କହିଛି।ବୁଧବାର ସକାଳ ପ୍ରାୟ ୭.୨୬ରେ ମସ୍ଜିଦ୍ ଓ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନ୍ ମଧ୍ୟରେ ଏକ ଚଳନ୍ତା ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ଏହି ଘଟଣା ଘଟିଛି। ଏକାକୀ ଯାତ୍ରା କରୁଥିବା ସେ ତରୁଣୀଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ।
ପରେ ତରୁଣୀଜଣକ ‘ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’କୁ (ଆର୍ପିଏଫ୍) ଯାଇ ଅଭିଯୋଗ ଫାଇଲ୍ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ପଞ୍ଜୀକରଣ କରିଥିଲା। ‘ଆର୍ପିଏଫ୍’ ଏବଂ ମୁମ୍ବାଇ ପୁଲିସ ‘ଟିମ୍’ ଗଠନ କରି ଅଭିଯୁକ୍ତଙ୍କ ସନ୍ଧାନ ପାଇବା ଲାଗି ଉଦ୍ୟମ କରିବା ସହିତ ତାଙ୍କୁ ଚିହ୍ନଟ କରିବା ଲାଗି ମସ୍ଜିଦ୍ ଷ୍ଟେସନ୍ରେ ଲାଗିଥିବା ‘ସିସିଟିଭି’ କ୍ୟାମେରାଗୁଡ଼ିକର ଫୁଟେଜ୍ ସବୁ ପୁଲିସ ଯାଞ୍ଚ କରିଥିଲେ।ପ୍ରାପ୍ତ ସୂଚନା ଅନୁସାରେ, ଘଟଣା ଘଟିବାର ପ୍ରାୟ ୮ ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା। ସେ ଜଣେ ଦିନମଜୁରିଆ। ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ।
ଏଥିସହିତ ଏହି ଘଟଣାର ସବିଶେଷ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।