ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ବ୍ଲକ ଡେଙ୍ଗପଦର ୟୁପି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟାହ୍ଣ ଭୋଜନ ଖାଇ ଅସୁସ୍ଥ ଅଛନ୍ତି । ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ଟିଟଲାଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି କରିଥିଲେ ଛାତ୍ରଛାତ୍ରୀ । ସେହିପରି ବାଲିଗୁଡାରେ ଦାରିଙ୍ଗିବାଡି ବ୍ଲକ ସିମନବାଡି ୟୁପି ସ୍କୁଲର ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରଛାତ୍ରୀଙ୍କୁ ସିମନବାଡି ମେଡିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି ସହ ପେଟ କାଟୁଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିିଲା ।