19.1 C
Bhubaneswar
Sunday, December 21, 2025
Homeଓଡିଶାଏସ୍‌ୟୁଭି ଦୁର୍ଘଟଣାରେ ୨ ଯୁବକ ମୃତ ଓ ଜଣେ ଗୁରୁତର

ଏସ୍‌ୟୁଭି ଦୁର୍ଘଟଣାରେ ୨ ଯୁବକ ମୃତ ଓ ଜଣେ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାମେଣ୍ଡା-ଗୋବିନ୍ଦ ପ୍ରସାଦ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଏସୟୁଭି କାର ଖୁବ ଦ୍ରୁତ ବେଗରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି। ଫଳରେ ଏହି ଦୁର୍ଘଟଣାରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ଦୁଇ ଯୁବକ ହେଲେ ସିଲୁ ବେହେରା ଓ ସାଗର ଚାନ୍ଦ ପରିଡା। ଗୁରୁତର ବୁବୁନା ରାଉତଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ସମସ୍ତଙ୍କ ଘର ସଦର ଥାନା ଅନ୍ତର୍ଗତ କାଣ୍ଡବିନ୍ଧା ଗ୍ରାମରେ। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ମୋ-ବସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସିଲୁ ଓ ସାଗରଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗୁରୁତର ବୁବୁନା ରାଉତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଯୁବକମାନେ ଏକ ଏସୟୁଭି କାରରେ ଭାପୁର ଯାଉଥିଲେ। ତେବେ ଦ୍ରୁତ ବେଗରେ ଗାଡି ଚାଳନା ଯୋଗୁଁ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡି ଏକ ଗଛରେ ପିଟି ହୋଇଥିଲେ। ସଦର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking