18.1 C
Bhubaneswar
Monday, November 25, 2024
Homeଅପରାଧଦାଦାବଟି ନଦେବାରୁ ଆକ୍ରମଣ ଅଭିଯୋଗ, ବନ୍ଧା ହେଲେ ୨ ଯୁବକ

ଦାଦାବଟି ନଦେବାରୁ ଆକ୍ରମଣ ଅଭିଯୋଗ, ବନ୍ଧା ହେଲେ ୨ ଯୁବକ

ଭୁବନେଶ୍ୱର:ଦାଦାବଟି ମାଗିବା ସହ ଜଣେ ଡ୍ରାଇଭରରଙ୍କୁ ଆକ୍ରମଣ ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ ୨ ଜଣଙ୍କୁ ବାନ୍ଧି ଜେଲ ପଠାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୋତଣ୍ଡାର ରାକେଶ ପାଇକରାୟ ଏବଂ କୁହାର ଗୁରୁପ୍ରସାଦ ପ୍ରଧାନ ।

ସୂଚନାଯୋଗ୍ୟ, ଅଭିଯୋଗକାରୀଙ୍କ ଡ୍ରାଇଭର ଓ ହେଲପେର ଗୋଟିଏ ପିକ୍‌ଅପ ଭ୍ୟାନରେ ପିପିଲିରୁ ଆଜାଦ ନଗର ଅଞ୍ଚଳକୁ କିଛି ସାମଗ୍ରୀ ପରିବହନ କରି ନେଉଥିଲେ । ହାଇଟେକ ଛକ ନିକଟରେ ଉକ୍ତ ଭ୍ୟାନଟି ଖରାପ ହୋଇଯିବାରୁ ତାଙ୍କ ଡ୍ରାଇଭର ଅଭିଯୋଗକାରୀଙ୍କୁ ଏନେଇ ଜଣାଇଥିଲେ । ଅଭିଯୋଗକାରୀ ମେକାନିକ ଆଣିବା ପାଇଁ ରସୁଲଗଡ ଆସିଥିବା ବେଳେ ତାଙ୍କର ପୁତୁରାଙ୍କୁ ଘଟଣାସ୍ଥଳରେ ଥିବା ଭ୍ୟାନ ନିକଟକୁ ପଠାଇ ଥିଲେ ।

ସେହି ସମୟରେ ଅଭିଯୁକ୍ତମାନଙ୍କ ସହ ପ୍ରାୟ ୨୦ ରୁ ୨୫ ଜଣ ଅଭିଯୁକ୍ତ ଭ୍ୟାନ ନିକଟକୁ ଆସିଥିଲେ । ଅଭିଯୋଗକାରୀଙ୍କ ଡ୍ରାଇଭର ଏବଂ ପୁତୁରାଙ୍କୁ ଦାଦାବଟି ସ୍ୱରୂପ ଟଙ୍କା ଦାବି କରିଥିଲେ । ସେମାନେ ଟଙ୍କା ଦେବାକୁ ମନା କରିଦେବାରୁ ଅଭିଯୁକ୍ତମାନେ ଗାଳି ଗୁଲଜ କରିବା ସହ ଅଭିଯୋଗକାରୀଙ୍କ ପୁତୁରା ଏବଂ ଗାଡି ମାଲିକଙ୍କୁ ହତ୍ୟା କରିବା ଉଦେଶ୍ୟରେ ଆକ୍ରମଣ କରି ଉକ୍ତ ଭ୍ୟାନଟିକୁ ଭଙ୍ଗାରୁଜା କରିଦେଇଥିଲେ । ଅଭିଯୋଗକାରୀ ଏନେଇ ମାମଲା ରୁଜୁ କରିବା ପରେ ପୁଲିସ ତଦନ୍ତ କରି ଆଜି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଥାନାକୁ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking