ଥିରୁଅନନ୍ତପୁରମ୍: ଚୋଟ ପିଲାମାନଙ୍କ ଉପରେ ଉଚିତ ଧ୍ୟାନ ନଦେଲେ ଅଧିକାଂଶ ସମୟରେ ସେମାନେ କିଛି ଭୁଲଭାଲ କରି ଦେଇଥାନ୍ତି । ବେଳେ ବେଳେ ସେମାନେ କିଛି ଏମିତି ଜିନିଷ ଖାଇ ଦେଇଥାନ୍ତି ଯାହା ବିପଦ ସାଜିପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳରେ । ଜଣେ ୨ ବର୍ଷର ଶିଶୁ ଟିଭି ରିମୋଟର ବ୍ୟାଟେରୀ ଗିଳି ଦେଇଥିଲା । ଫଳରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ।
ସୂଚନା ଅନୁସାରେ, ଏଣ୍ଡୋସ୍କୋପୀ କରାଯିବା ପରେ ପିଲାଟି ପେଟରୁ ବ୍ୟାଟେରୀ ବାହାର କରିଛନ୍ତି ଡାକ୍ତର । ଏ ନେଇ ଏନଆଇ ଏମଏସ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋ ଲୋଜିଷ୍ଟ ଜୟ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ୟାଟେରୀ ଗିଳିଦେବା ପରେ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଏଠାରେ ଡାକ୍ତରମାନଙ୍କର ୨୦ ମିନିଟ ପରିଶ୍ରମ ପରେ ପିଲାଟିର ପେଟରୁ ବ୍ୟାଟେରୀ ବାହାର କରାଯାଇଛି । ସଠିକ ସମୟରେ ଉଚିତ ଚିକିତ୍ସା ହେବାରୁ ପିଲାଯିର ଜୀବନ ବଞ୍ଚିଯାଇଛି । ତେବେ ସମୟ ଆଉ ଯିକିଏ ବିଳମ୍ବ ହୋଇଥିଲେ ଅସୁବିଧା ଆହୁରି ବଢିଯାଇଥାନ୍ତା ବୋଲି କହିଛନ୍ତି ଡାକ୍ତର ।