27.1 C
Bhubaneswar
Saturday, June 22, 2024
Homeଓଡିଶାବିଦ୍ୟୁତ୍ ଆଘାତରେ ଜଳିଗଲେ ୨ ଶ୍ରମିକ

ବିଦ୍ୟୁତ୍ ଆଘାତରେ ଜଳିଗଲେ ୨ ଶ୍ରମିକ

କାମାକ୍ଷନଗର : ଘର ତିଆରି ବେଳେ ବିଦ୍ୟୁତ୍ ଲାଗି ଜଳିଗଲେ ୨ ଶ୍ରମିକ । ତୁମୁସିଂହା ଥାନା ଆଲୁଅଝରଣ ଗାଁରେ ରଡ୍ ବାନ୍ଧିବା ବେଳେ ଏପରି ଅଘଟଣ ଘଟିଛି । ସେମାନଙ୍କ ଶରୀର ବିଦ୍ୟୁତ୍ ଆଘାତରେ ଅଧାରୁ ଅଧିକ ଜଳିଯାଇଛି । ଗୁରୁତର ଏହି ଦୁଇ ଶ୍ରମିକଙ୍କୁ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତ୍ତ୍ୱପୂର୍ଣ୍ଣ ହେବାରୁ ପରେ କଟକ ଏସ୍‌ସିବି କୁ ସ୍ଥାନାନ୍ତର କରାଯାଇଛି ।ସୂଚନାଅନୁସାରେ, ଲୁହା ଛଡ଼ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଗାଁର ନାରାୟଣ ସାହୁଙ୍କ ନୂଆ ଘରେ ଆଜି ସକାଳ ୭ଟାରେ ୮ରୁ ୧୦ ଜଣ ଶ୍ରମିକ ଘର କାମ କରିବା ପାଇଁ ଛଡ଼ ଭୁଡୁଥିବା ବେଳେ ଘର ଆଗ ଦେଇ ଯାଇଥିବା ୩୩ କେଭି ତାରରେ ଅସାବଧାନତା ବଶତଃ ଛଡ଼ରେ ଲାଗିଯାଇଥିଲା। ଏହାର ସଂସ୍ପର୍ଶରେ ଆସି ୨ଶ୍ରମିକ ଗୁରୁତର ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking