29.1 C
Bhubaneswar
Monday, November 18, 2024
Homeଓଡିଶା୨ ମନ୍ଦିରରୁ ଚୋରି; ମା’ଙ୍କ ଆଖି ତାଡି ନେଲେ ଦୁର୍ବୃତ୍ତ

୨ ମନ୍ଦିରରୁ ଚୋରି; ମା’ଙ୍କ ଆଖି ତାଡି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ସହୀଦନଗର ଥାନା ନିକୋ ପାର୍କ ତିନି ମୁଣ୍ଡିଆ ଛକ ନିକଟସ୍ଥ ଦୁଇ ମନ୍ଦିର ସୁନାଦେଇ ମନ୍ଦିର ଏବଂ ମଙ୍ଗଳା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି । ମା’ଙ୍କ ରୂପାରେ ନିର୍ମୀତ ଆଖି ଏବଂ ନାକକୁ ଦୁର୍ବୃତ ତାଡ଼ି ନେଇଥିବା ନେଇଛନ୍ତି । ଏହା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ମନ୍ଦିରରେ ଥିବା ବିଭିନ୍ନ ଆସବାବପତ୍ରକୁ ମଧ୍ୟ ଚୋରି ହୋଇଛି । ଦୁର୍ବୃତ ଉକ୍ତ ଦୁଇ ମନ୍ଦିରରେ ସମ୍ପୂର୍ଣ୍ଣ କଳାକନା ବୁଲାଇ ଦେଇଛନ୍ତି ।

ତେବେ ଏହାକୁ ନେଇ ଭକ୍ତଙ୍କ ମଧ୍ୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏନେଇ ସହୀଦନଗର ଥାନାରେ ମନ୍ଦିର କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ୨ ମନ୍ଦିରର ପୂଜା କାର୍ଯ୍ୟ ଶେଷ ହେବା ପରେ ମନ୍ଦିର ପୂଜାରୀ ଏବଂ ଅନ୍ୟମାନେ ମନ୍ଦରରେ ତାଲା ପକାଇ ଚାଲି ଯାଇଥିଲେ । ସକାଳୁ ପୂଜାକରିବାକୁ ପୂଜାର ଏବଂ ଅନ୍ୟମାନେ ଆସିଲା ବେଳକୁ ଚୋର ମନ୍ଦିରରେ କଳାକନା ବୁଲାଇ ଚାଲି ଯାଇଛି ।

ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରୁ ଜଣା ପଡିଥିଲା ପ୍ରାୟ ୨ଟାରୁ ୨ଟା ୪୦ ମଧ୍ୟରେ ଜଣେ ଚୋର ମନ୍ଦିର ଭିତରେ ପଶି କଳାକନା ବୁଲାଇ ଦେଇଛି । ସମ୍ପୃକ୍ତ ଚୋରଟି ପାଚେରୀ ଢେଇଁ ମନ୍ଦିର ଭିତରକୁ ପ୍ରବେଶ କରିଥିଲା । ପରେ ଏକ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ ଦୁଇ ମନ୍ଦିରର ତାଲାକୁ କାଟିଥିଲା ।

ଦୁଇ ମନ୍ଦିରରୁ ପ୍ରାୟ ୩ଟି ରୂପା ମୁକୁଟ ନେଇଥିଲା ବେଳେ ମା’ଙ୍କର ରୂପାରେ ନିର୍ମିତ ୬ଟି ଆଖି, ୨ଟି ନାକ ପ୍ରାୟ ୨୫ଟି ସୂନା ଅଳଙ୍କାର ଏବଂ ମନ୍ଦିରରେ ବ୍ୟବହୃତ ବିଭିନ୍ନ ପିତଳ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜରେ ପାଚେରୀ ଡେଇଁ ଆସି ମନ୍ଦିରରେ ଚୋରୀ କରିଥିବା ବ୍ୟକ୍ତି ଜଣଙ୍କ କିଏ ତାଙ୍କୁ ଚିହ୍ନଟ କରି ଧରିବାକୁ ଉଦ୍ୟମ ଜାରି ରଖିଛି ।

ତେବେ ଏହା ୮୦ ବର୍ଷର ମନ୍ଦିର ଅଟେ । ଉକ୍ତ ମନ୍ଦିରରୁ ପୂର୍ବରୁ କେବେ ବି ଚୋରି ହୋଇ ନ ଥିଲା । ଏଭଳି ଅଘଟଣ ଯୋଗୁ ଶ୍ରଦ୍ଧାଳୁଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରାକାଶ ପାଇଛି । ସ୍ଥାନୀୟ ଲୋକେ ଏଥିପାଇଁ ପୁଲିସ ପ୍ୟାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking