25.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁପୱାଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ  ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ କୁପୱାଡାର କେରନ ସେକ୍ଟରରେ ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ସୈନିକମାନେ ସନ୍ଦେହଜନକ ଗତିବିଧି ଚିହ୍ନଟ କରି ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଯାହା ଫଳରେ ଆତଙ୍କବାଦୀମାନେ ଆଖି ବୁଜା ଗୁଳୁଚାଳନା କରିଥିଲା। ସୈନିକଙ୍କ ପାଲଟା ଗୁଳିମାଡରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏନକାଉଣ୍ଟର ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଏବେବି ଜାରି ରହିଛି । ଏନେଇ ଶନିବାର ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ଶ୍ରୀନଗର ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଡାଲଗେଟର କୋନାଖାନ୍‌ର ମମତା ଚୌକ ନିକଟରୁ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଶାହ ମୁତାୟବ (କୁଲିପୋରା ଖାନୟାରର ବାସିନ୍ଦା), କାମରାନ ହାସନ ଶାହ (କୁଲିପୋରା ଖାନୟାରର ବାସିନ୍ଦା) ଏବଂ ମହମ୍ମଦ ନଦୀମ (ମିରଟ ନିବାସୀ, ବର୍ତ୍ତମାନ ଖାନୟାରର କାୱା ମୋହଲ୍ଲାରେ ରହୁଥିବା) ଭାବରେ ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ଏକ ଦେଶୀ ନିର୍ମିତ ପିସ୍ତଲ ଏବଂ ନଅଟି ଜୀବନ୍ତ କାର୍ଟୁସ୍ ଜବତ କରାଯାଇଥିଲା।ସମସ୍ତ ସନ୍ଦିଗ୍ଧ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। ଆତଙ୍କବାଦୀଙ୍କ ବିରୁଦ୍ଧରେ ଜିରୋ ଟଲେରେନ୍ସ ନୀତି କାର୍ଯ୍ୟକାରୀ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking