29.1 C
Bhubaneswar
Monday, June 24, 2024
Homeଓଡିଶାଡ୍ୟାମରେ ବୁଡି ଚାଲିଗଲା ୨ ଛାତ୍ରଙ୍କ ଜୀବନ

ଡ୍ୟାମରେ ବୁଡି ଚାଲିଗଲା ୨ ଛାତ୍ରଙ୍କ ଜୀବନ

କେନ୍ଦୁଝର : ହଦଗଡ଼ ଡ୍ୟାମରେ ଗାଧୋଉଥିବା ବେଳେ ବୁଡି ଚାଲିଯାଇଛି ଦୁଇ ଛାତ୍ରଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହଦଗଡ ଡ୍ୟାମରେ ଘଟିଛି ଏଭଳି ଅଘଟଣ । ତେବେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୃତ ଦେହ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏମାନେ ଭଦ୍ରକ ଜିଲ୍ଲା ତିହିଡି ଓ ବରପଦା ଅଞ୍ଚଳର ବୋଲି ପ୍ରାରମ୍ଭିକ ସୂଚନା ମିଳିଛି । ତେବେ ଏହି ୨ ଜଣଙ୍କର ପ୍ରକୃତ ପରିଚୟ ମଧ ଜଣାପଡି ନାହିଁ । ଆଜି ୫ ଜଣ ଛାତ୍ର ଡ୍ୟାମକୁ ଆସିଥିବା ବେଳେ ଜଣେ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ତାଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଯାଇଥିଲେ। ହାଟଡ଼ିହି ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଜଣେ ଛାତ୍ରର ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ ନିଖୋଜ ଛାତ୍ରକୁ ଉଦ୍ଧାର ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking