28.1 C
Bhubaneswar
Monday, November 18, 2024
Homeଓଡିଶା+୨ ମୂଲ୍ୟାଙ୍କନ ପ୍ରସଙ୍ଗ: ସ୍ୱଚ୍ଛତାକୁ ଗୁରୁତ୍ୱ, ଇ-ମୂଲ୍ୟାଙ୍କନରେ ତ୍ରୁଟି ହେଲେ ଆଇଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

+୨ ମୂଲ୍ୟାଙ୍କନ ପ୍ରସଙ୍ଗ: ସ୍ୱଚ୍ଛତାକୁ ଗୁରୁତ୍ୱ, ଇ-ମୂଲ୍ୟାଙ୍କନରେ ତ୍ରୁଟି ହେଲେ ଆଇଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ୨୦୨୨-୨୩  +୨ ପରୀକ୍ଷା ଶେଷ ହେବା ପରେ ଗତ ୬ତାରିଖରୁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହୋଇ୧୨ ତାରିଖରେ ଶେଷ ହୋଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଜୁନ ୧୩ରୁ ଆରମ୍ଭ ହୋଇଥିବା ବେଳେ ତାହା ୨୨ ତାରିଖରେ ଶେଷ ହେବ । ଚଳିତବର୍ଷ ୪ଟି ଜୋନ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଏବଂ ସେଣ୍ଟ୍ରାଲଜୋନରେ ୩୭ଟି ଇ-ମୂଲ୍ୟାଙ୍କନ କେନ୍ଦ୍ର ଏବଂ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାଙ୍କନ ୬୪ଟି ଅଫ୍‌ଲାଇନ୍ କେନ୍ଦ୍ରରେ ଖାତାଦେଖା ହେଉଛି । ଇ-ମୂଲ୍ୟାଙ୍କନ ଲାଗି ୨ଟି ସିଫ୍ଟ ଯଥା ସକାଳ ୭ଟା ୩୦ରୁ ୧୨ଟା ୩୦ ଏବଂ ଦିନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାତାଦେଖା ହେଉଛି ।

ତେବେ ପୂର୍ବରୁ ଇ-ମୂଲ୍ୟାଙ୍କନରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ ହେଉଥିଲା । ଏପରିକି ଇ-ମୂଲ୍ୟାଙ୍କନ ହେଉଥିବା ଉତ୍ତରଖାତାରେ ସର୍ବାଧିକ ୪୦ମାର୍କ ପର୍ଯ୍ୟନ୍ତ ନମ୍ବର ଏପଟ ସେପଟ ହେଉଥିବା ଅଭିଯୋଗ ହୋଇଛି । ତେଣୁ ଅନେକ ସମୟରେ ସର୍ଭର ଲାଗି ମୂଲ୍ୟାଙ୍କନରେ ଏପରି ସମସ୍ୟା ହେଉଥିବା କମ୍ପାନୀର କର୍ତ୍ତୃପକ୍ଷ ସଫେଇ ଦେଉଥିବା ବେଳେ ମୂଲ୍ରାଙ୍କନକାରୀଙ୍କ ଲାଗି ତ୍ରୁଟି ହେଉଥିବା ଶୁଣିବାକୁ ବିଳୁଥିଲା । ମାତ୍ର ଚଳିତବର୍ଷ ଏପରି ସମସ୍ୟାକୁ ବରଦାସ୍ତ କରାଯିବ ନାହିଁ । ଇ-ମୂଲ୍ୟାଙ୍କନରେ ଯଦି ତ୍ରୁଟି ପରିଲିଖିତ ହୁଏ ତେବେ ସମ୍ପୃକ୍ତ ଆଇଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି +୨ ପରିଷଦର ଜଣେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ତେବେ ଏହାପୂର୍ବରୁ ସମ୍ପୃକ୍ତ ଉତ୍ତାଖାତା ଯାଞ୍ଚ କରିଥିବା ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଜଣାପଡ଼ିଛି ।
+୨ ପରୀକ୍ଷାର ଉଭୟ ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଉତ୍ତରଖାତା ଇ-ମୂଲ୍ୟାୟନ ପଦ୍ଧତିରେ କରାଯାଉଛି । ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷକେନ୍ଦ୍ରରେ ମୋଟ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିରୁ କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯିବ । ତେବେ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ଅପରପକ୍ଷେ ଇ-ମୂଲ୍ୟାଙ୍କନକୁ +୨ ପରିଷଦର କିଛି କର୍ମଚାରୀ ବିରୋଧ କରୁଥିବା କହିଛନ୍ତି । ସେମାନଙ୍କ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ମାନୁଆଲ ପଦ୍ଧତିରେ ଖାତାଦେଖା ସମୟରେ ଉତ୍ତରଖାତା ପିଛା ୧୦ଟଙ୍କାରୁ ୧୪ଟଙ୍କା ଦିଆଯାଉଥିବା ବେଳେ ଇ-ମୂଲ୍ୟାଙ୍କନ ଲାଗି ଖାତାପିଛା ୫୦ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ଗତକିଛି ବର୍ଷ ହେବ +୨ପରୀକ୍ଷାରେ ଅଯଥା କୋଟିକୋଟି ଟଙ୍କା ବ୍ୟୟ ହେଉଛି । ପୂର୍ବରୁ ପରୀକ୍ଷାଖାତା ମାନୁଆଲ ପଦ୍ଧତିରେ ମୂଲ୍ୟାୟନ କରାଯାଉଥିଲା । ଅଳ୍ପ ଖର୍ଚ୍ଚ ହେଉଥିଲା ।

ଏପରିକି ମୁଲ୍ୟାୟନରେ ଖୁବକମ୍ ତ୍ରୁଟି ରହୁଥିଲା । ଏପରିକି ତ୍ରୁଟି ମାତ୍ର ୨/୩ମାର୍କ ମଧ୍ୟରେ ରହୁଥିଲା । ମାତ୍ର ଡିଜିଟାଲ ପଦ୍ଧତିରେ ଉତ୍ତରଖାତା ସ୍କାନିଂ କରି ମୁଲ୍ୟାୟନ କରିବା ଲାଗି ପୂର୍ବାପେକ୍ଷା ୬ଗୁଣା ବ୍ୟୟ ହେଉଛି ଏବଂ ପରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ହେଉଛି । ଏପରିକି ଉତ୍ତରଖାତାରେ ୪୦/୪୪ମାର୍କ ଭୁଲ ଥିବା ଜଣାପଡ଼ିଛି । ତେଣୁ ମାନୁଆଲ ପଦ୍ଧତିକୁ ବନ୍ଦ କରି ଆଇଟି କମ୍ପାନୀକୁ ମୁଲ୍ୟାୟନ ଦାୟିତ୍ୱ ଦିଆଯିବା ପଛରେ କି ରହସ୍ୟ ରହିଛି ବୋଲି ତାହାର ଯାଞ୍ଚ କରାଯାଉ । ତେବେ ପୂର୍ବରୁ ଯେଉଁ ଆଇଟି କମ୍ପାନୀ ‘ମେରିଟଟ୍ରାକ୍‌’କୁ ଦାୟିତ୍ୱ ଦିଆଯାଇଥିଲା ଚଳିତବର୍ଷ ମଧ୍ୟ ସେହି ସଂସ୍ଥାକୁ ମୂଲ୍ୟାଙ୍କନ ଲାଗି କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking