26.1 C
Bhubaneswar
Saturday, October 19, 2024
Homeଓଡିଶାଏପ୍ରିଲ ୧୦ରୁ +୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ; ୬୫ ଅଫ୍‌ଲାଇନ୍ ଓ ୩୯ ଅନ୍‌ଲାଇନ୍ କେନ୍ଦ୍ର...

ଏପ୍ରିଲ ୧୦ରୁ +୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ; ୬୫ ଅଫ୍‌ଲାଇନ୍ ଓ ୩୯ ଅନ୍‌ଲାଇନ୍ କେନ୍ଦ୍ର ପ୍ରସ୍ତୁତ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ୨୦୨୩ ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ୧ରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୫ତାରିଖରେ ଶେଷ ହେବ । ସମସ୍ତ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ୧୦ରୁ ଉଭୟ ଅଫ୍‌ଲାଇନ୍ ଏବଂ ଅନ୍‌ଲାଇନ୍ ଖାତାଦେଖା ପ୍ରକ୍ରିୟା ଆରମ୍ଭ ହେବ ।

ଅଫ୍‌ଲାଇନ୍ ମୂଲ୍ୟାଙ୍କନ ଏପ୍ରିଲ ୨୨ ଏବଂ ଅନ୍‌ଲାଇନ୍ ମୂଲ୍ୟାୟନ ଏପ୍ରିଲ ୨୩ରେ ଶେଷ ହେବ । ସେହିପରି ୨ୟ ପର୍ଯ୍ୟାୟ ଅଫ୍‌ଲାଇନ୍ ଖାତାଦେଖା ଏପ୍ରିଲ ୨୩ରୁ ଆରମ୍ଭ ହୋଇ ମେ’ ୪ତାରିଖ ଏବଂ ଅନ୍‌ଲାଇନ୍ ଖାତାଦେଖା ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୭ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତବର୍ଷ ଅଫ୍‌ଲାଇନ୍ ମୂଲ୍ୟାଙ୍କନ ଲାଗି ୬୫ କେନ୍ଦ୍ର ଓ ଅନ୍‌ଲାଇନ୍ ମୂଲ୍ୟାଙ୍କନ ପାଇଁ ୩୯ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଅଫ୍‌ଲାଇନ୍ କେନ୍ଦ୍ର ଲାଗି ପ୍ରାୟ ୮ହଜାର ଏବଂ ଅନ୍‌ଲାଇନ୍‌ରେ କେନ୍ଦ୍ର ଲାଗି ୭ହଜାର ମୂଲ୍ୟାଙ୍କନକାରୀଙ୍କୁ ନିୟୋଜିତ କରାଯିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ୨ଟି ପର୍ଯ୍ୟାୟରେ ଖାତାଦେଖା ଶେଷ ହେବା ପରେ ମେ’ ୩୧ରେ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଜୁନ୍ ୧୦ତାରିଖ ମଧ୍ୟରେ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇବ । ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଅନ୍‌ଲାଇନ୍ ମୂଲ୍ୟାଙ୍କନ ଦାୟିତ୍ୱ ମେରିଟ୍ ଟ୍ରାକ୍ ଆଇଟି କମ୍ପାନୀକୁ ଦିଆଯାଇଛି । ଅଫ୍‌ଲାଇନ୍ କେନ୍ଦ୍ରଗୁଡିକରେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖାତାଦେଖା ଚାଲିବ । ମାତ୍ର ଅନ୍‌ଲାଇନ୍ ଖାତା ଦେଖା ସକାଳ ୮ଟାରୁ ଆରମ୍ଭ ହେବ । ଅଫ୍‌ଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ମୂଲ୍ୟାଙ୍କନ ପରେ ୨ଥର ସିନିୟର ଅବଜରଭର ଏବଂ ଥରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଦ୍ୱାରା ଯାଞ୍ଚ କରାଯିବ । ଯେପରି ମୁଲ୍ୟାଙ୍କନରେ ଯେପରି ତ୍ରୁଟି ନରହେ ସେଥିପ୍ରତି ଏପରି ତ୍ରିସ୍ତରୀୟ ମୂଲ୍ୟାଙ୍କନ କରିବାକୁ +୨ ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି ।

ସେହିପରି ଅନ୍‌ଲାଇନ୍ କେନ୍ଦ୍ରରେ ପ୍ରତ୍ୟେକ ଉତ୍ତରଖାତା ସ୍କାନିଂ କରାଯିବା ପରେ ୨ଥର ମୂଲ୍ୟାଙ୍କନ କରାଯିବ । ମୂଲ୍ୟାଙ୍କନ କେନ୍ଦ୍ରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ମୂଲ୍ୟାଙ୍କନକାରୀ ନପହଁଞ୍ôଚଲେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ସମସ୍ତ ଭାଲ୍ୟୁଏସନ ଜୋନ୍‌ରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଏବଂ ସିସି କ୍ୟାମେରା ବ୍ୟବସ୍ଥା ରଖାଯିବ । ଯେଉଁ ଅଧ୍ୟାପକ ବା ଅଧ୍ୟାପିକା ତଥା ପରୀକ୍ଷାକେନ୍ଦ୍ରରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ପିଲାମାନେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ମୂଲ୍ୟାଙ୍କନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking