ଚଣ୍ଡିଗଡ: ୨୦୨୦ ମାର୍ଚ୍ଚ ୯ରେ ଦେଶବ୍ୟାପୀ ହୋଲି ପର୍ବ ପାଳନ କରାଯାଉଥିବାବେଳେ ହରିୟାଣାର ଭିୱାଣି ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଦୁଇ ପରିବାର ମଧ୍ୟରେ ରଙ୍ଗବୋଳାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିବାବେଳେ ଏଥିରେ ଜଣେ ମହିଳାଙ୍କ ସମେତ ୨ ଜଣ ପ୍ରାଣ ହରାଇଥିଲେ ଏବଂ ୮ ଜଣ ଗୁରୁତର ଆହତ ହୋଇଥିଲେ ।
ତେବେ ଭିୱାଣିର ଏକ ଅଦାଲତ ଶୁକ୍ରବାର ଏହି ମାମଲାରେ ୧୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଦୋଷୀଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି ।