ଯାଜପୁର: ଯାଜପୁରରେ ହଇଜାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଏବେ ବି ୨୧୦ ହଇଜା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବ୍ୟାସନଗର ଯାଜପୁର ରୋଡ ଅର୍ୱାନ ସିଏଚସିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବର୍ଷକର ଶିଶୁ କନ୍ୟା ଓ ୨୫ ବର୍ଷର ପୂଜା ସାମାଡ । ଉଭୟେ ବ୍ୟାସନଗର ଚୂନଭାଟି ଅଞ୍ଚଳର । ଗୁରୁତର ଅବସ୍ଥାରେ ବ୍ୟାସନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ ପୂଜା ସାମାଡ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।