32.1 C
Bhubaneswar
Saturday, June 29, 2024
Homeଓଡିଶାଗାଧୋଇବା ବେଳେ ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ

ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳକଙ୍କ ଜୀବନ

ନୂଆପଡା : ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚୌରା ଗାଁରେ। ଗାଧୋଇବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟଲୋକେ ଉଭୟଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଜଣଙ୍କର ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ବୋଲି ଜଣାଯାଇଛି। ଗତକାଲି ଦୁଇ ଜଣ ସ୍କୁଲରୁ ଫେରି ଘରକୁ ନ ଯାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ସମୟରେ ହଠାତ୍ ସେମାନଙ୍କ ଗୋଡ଼ ଖସିଯାଇଥିଲେ। ସେମାନେ ପୋଖରୀରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସେମାନଙ୍କର ଶବ ବ୍ୟବଚ୍ଛେଦ କରାଯିବ।ଏହି ଦୁଃଖଦ ଘଟଣାପରେ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking