କଟକ : ୨ ଜଣଙ୍କ ଉପରେ ମାଡିଗଲା ହାଇୱା । ଯୋବ୍ରାରେ ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇୱା । ୮ ବର୍ଷର ଛୋଟ ଝିଅ ଏବଂ ତାଙ୍କ ମଉସା ବାହାରକୁ ଯିବା ସମୟରେ ଏଭଳି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ଛୋଟ ଝିଅ ଓ ବୃଦ୍ଧ ଗୁରୁତର ଥିବାବେଳେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ହାଇୱାକୁ ଜବତ କରିଛି । ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।