28.1 C
Bhubaneswar
Sunday, September 8, 2024
Homeଓଡିଶା୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ

୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ

-୨୦୨୨-୨୩ ତୁଳନାରେ ୧୫%,୨୦୨୩-୨୪ରେ ୧୫% ଅଧିକ
– ବହୁ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ
– ଓଡ଼ିଶାର ପୁଞ୍ଜିବ୍ୟୟ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୩%  ଅଧିକ
– ବିତ୍ତୀୟ ନିଅଣ୍ଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର ୩.୫% ହେବ
– ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନା ପାଇଁ ୧୦ ହାଜର କୋଟି ବ୍ୟୟବରାଦ

ଭୁବନେଶ୍ୱର: ନୂଆ ଓଡ଼ିଶା ଗଠନ ନେଇ ରାଜ୍ୟ ସରକାର ଏକ ‘ଲୋକାଭିମୁଖୀ ବଜେଟ୍‌’ ଆଣିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ର ପରିମାଣ ରହିଛି ୨ ଲକ୍ଷ ୬୫ ହଜାର କୋଟି ଟଙ୍କା । ଏହାକୁ ଜନକଲ୍ୟାଣକାରୀ ବା ‘ଲୋକ ବଜେଟ୍‌’ ଭାବେ ସରକାର ଅବହିତ କରିଛନ୍ତି । ସରକାର ମୋଟ୍ ୧୯ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ସହ ବଜେଟ୍‌ରେ ଚାରୋଟି କ୍ଷେତ୍ରକୁ ବିେଶେଷଭାବେ ଗୁରୁତ୍ୱ ଦିଆଯାଇଛି । ତାହା ହେଉଛି ଗରୀବ, ଯୁବକ, ମହିଳା ଓ ଅନ୍ନଦାତା ବା କୃଷକ । ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ବି ଗୁରୁତ୍ୱ ଦିଆଯାଇଛି । ତେବେ ଶିକ୍ଷା, ସ୍ୱାସ୍ଥ୍ୟ ସହ ମହିଳା ଉଦ୍ୟୋଗୀଙ୍କୁ ମିଳିବ ପ୍ରତ୍ସୋହନ ମିଳିବ । ଏଥର ବଜେଟ୍ ପରିମାଣ ବିଗତ ୨୦୨୧-୨୨ ଆର୍ôଥକ ବର୍ଷ ତୁଳନାରେ ୧୭.୬% ଅଧିକ ରହିଥିବାବେଳେ ୨୦୨୨-୨୩ ଆର୍ôଥକ ବର୍ଷ ତୁଳନାରେ ୧୫% ଓ ୨୦୨୩-୨୪ ତୁଳନାରେ ୧୫% ଅଧିକ ରହିଛି । ତେବେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷରେ ୨.୬୫ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ପୂର୍ବରୁ ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ ୧.୭୦ ଲକ୍ଷ କୋଟି ଟଙ୍କା,୨୦୨୨-୨୩ରେ ୨ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୨.୩୦ ଲକ୍ଷ କୋଟିର ସାଧାରଣ ବଜେଟ୍ ଉପସ୍ଥାପନା ହୋଇଥିଲା । ରାଜ୍ୟର ଆର୍ôଥକ ଅବସ୍ଥାକୁ ଏକ ପୋଷଣୀୟ ମାର୍ଗରେ ପରିଚାଳିତ କରିବା ଲାଗି ଆମ ସରକାର ବିଜ୍ଞ ଆର୍ôଥକ ପରିଚାଳନାର ପଥ ଅନୁସରଣ କରୁଛନ୍ତି । ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠିର ଉପଯୋଗ ଏବଂ ରାଜସ୍ୱର ଅଭିବୃଦ୍ଧି ମାଧ୍ୟମରେ ବଜେଟ୍‌ରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଶାସନ ଏକ ନିରନ୍ତର ପ୍ରକ୍ରିୟା । ତେଣୁ ପ୍ରଚଳିତ ଯୋଜନାଗୁଡ଼ିକ ଜାରି ରଖି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କେତେକ ନୂତନ ଯୋଜନା ପ୍ରସ୍ତାବିତ ଅଛି । ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ଯେପରି ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ଏବଂ ତା’ର ସୁବିନିଯୋଗ ହେବ ତାହା ଆମେ ସୁନିଶ୍ଚିତ କରିବୁ । କାର୍ଯ୍ୟକ୍ରମ ବ୍ୟୟକୁ ୧.୫୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ତାହା ମୋଟ୍ ବଜେଟ୍ ଆକଳନର ୫୮% । ଏହା ୨୦୨୩-୨୪ ଆର୍ôଥକ ଅଟକଳ ଠାରୁ ୨୪% ଅଧିକ । ପୁଞ୍ଜି ବ୍ୟୟ ବାବଦକୁ ୫୮,୧୯୫ କୋଟି ଟଙ୍କା ପ୍ରସ୍ତାବ ରହିଛି । ତାହା ସଂଶୋଧିତ ଅଟକଳ ଠାରୁ ୨୬% ଅଧିକ । ଓଡ଼ିଶାର ପୁଞ୍ଜିବ୍ୟୟ, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୩% ୍ ଅଧିକ । ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ । ୨୦୨୪-୨୫ ଆର୍ôଥକ ବର୍ଷରେ ପ୍ରଶାସନିକ ବ୍ୟୟ ପାଇଁ ୯୭,୭୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ତନ୍ମଧ୍ୟରେ ଦରମା ପାଇଁ ୩୨,୫୭୧ କୋଟି ଟଙ୍କା, ପେନ୍‌ସନ୍ ପାଇଁ ୨୨,୫୯୧ କୋଟି ଟଙ୍କା, ସୁଧ ଦେୟ ବାବଦକୁ ୫,୫୦୦ କୋଟି ଟଙ୍କା ଏବଂ ପୁଞ୍ଜି ସମ୍ପଭିର ରକ୍ଷଣା ବେକ୍ଷଣ ପାଇଁ ୬,୮୨୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋଟ୍ ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୨.୧୧ ଲକ୍ଷ କୋଟି ଟଙ୍କା ଏବଂ ଋଣ ଭରଣା କରାନ୍ତି । ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା ୫୪ ହଜାର କୋଟି ଟଙ୍କା ଭରଣା କରାଯିବାର ବ୍ୟବସ୍ଥା ରହିଛି । ୨୦୨୪-୨୫ ଆର୍ôଥକ ବର୍ଷର ବିତ୍ତୀୟ ନିଅଣ୍ଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର ୩.୫% ହେବ ବୋଲି ଆକଳିତ ହୋଇଛି । ସେହିପରି ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ୍ ରାଜସ୍ୱପ୍ରାପ୍ତି ମଧ୍ୟରେ ରାଜ୍ୟର ୫୮ ହଜାର କୋଟି ଟଙ୍କା, ନିଜସ୍ୱ ଅଣ ଟିକସ ରାଜସ୍ୱ ୬୦ ହଜାର କୋଟି ଟଙ୍କା, ନିଜସ୍ୱ ଅଣ ଟିକସ ରାଜସ୍ୱ ଟିକସ ୫୮ ହଜାର କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବଦରେ ୫୫ ହଜାର କୋଟି ୨୩୨ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦକୁ ହଜାର ୭୬୮କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଣ୍ଠି ପାଇଁ ବ୍ୟୟ ୭,୯୦୦ କୋଟି ଟଙ୍କା । ରାଜ୍ୟର ସ୍ଥାନୀୟ ନିକାୟ ସଂସ୍ଥାକୁ ହସ୍ତାନ୍ତର ପାଇଁ ବ୍ୟୟ ବରାଦ ପରିମାଣ ୮,୩୭୫ କୋଟି ଟଙ୍କା । ଆମେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳର ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ପ୍ରାୟ ୩,୮୦୪ କୋଟି ଟଙ୍କା ଏବଂ ପଞ୍ଚଦଶ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ ୪,୪୦୦ ଟଙ୍କା ହସ୍ତାନ୍ତର କରିବାକୁ ପ୍ରସ୍ତାବ ରଖୁଛୁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମହିଳା ସଶକ୍ତିକରଣ ଉପରେ ଅଧିକ ଫୋକସ୍ ଦେଇଛନ୍ତି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ପାଇଁ ୧୦ ହାଜର କୋଟି ବ୍ୟୟବରାଦ ହୋଇଥିବାବେଳେ ଅନାଥ ଶିଶୁ ମାନଙ୍କ ପାଇଁ ଯଶୋଦା ଯୋଜନା ପାଇଁ ୮୩ କୋଟି ଟଙ୍କା, ଆଦର୍ଶ ଶିଶୁ ସମୃଦ୍ଧ ଗ୍ରାମ ପୁରସ୍କାର ବାବଦକୁ ବର୍ଷକୁ ୧୫୦୦ ଗ୍ରାମ ପଞ୍ଚାୟତକୁ ଦିଆଯିବ ପୁରସ୍କାର ଦେବାର ବ୍ୟବସ୍ଥା ହୋଇଛି । ସ୍କୁଲ ଡ୍ରପ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ବିଶ୍ୱବିଦ୍ୟାଳୟ ଯୋଜନା, ପ୍ରତି ବର୍ଷ ୩୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା, ଭଲ କ୍ରୀଡାବିତ୍ ଖୋଜିବା ପାଇଁ ଖେଳ ରତ୍ନ ଖୋଜା ଅଭିଯାନା ପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ ହୋଇଛି । ସେହିପରି ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ଲାପଟପ୍ ଦିଆଯିବ । ଯୁବକ ମାନଙ୍କ ବିକାଶ ପାଇଁ ଯୁବ ଶକ୍ତି ଯୋଜନା କାର୍ଯ୍ୟକାରୀ ହୋଇଛି । ଗ୍ରାମାଞ୍ଚଳ ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଏବଂ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି । ସେମିତି ସେତୁ ବନ୍ଧନ ଯୋଜନା, ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା, ଲୋ ଭୋଲ୍େଟଜ୍ ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking