33.1 C
Bhubaneswar
Saturday, October 5, 2024
Homeଓଡିଶାବାଲି ବୋଝେଇ ଟ୍ରକ୍ ମାଡ଼ିଯାଇ ୨ ଶ୍ରମିକ ମୃତ

ବାଲି ବୋଝେଇ ଟ୍ରକ୍ ମାଡ଼ିଯାଇ ୨ ଶ୍ରମିକ ମୃତ

ବାରିକପୁର: ଅସ୍ଥାୟୀ କ୍ୟାମ୍ପରେ ଚାଲିଥିଲା ରୋଷେଇ । ଆଉ କିଛି ସମୟ ପରେ ଖାଇପିଇ ଶ୍ରମିକମାନେ ବାହାରିଥାନ୍ତେ କାମକୁ । ହେଲେ ଟ୍ରକ୍ ଚକ ତଳେ ଚାଲିଗଲା ଦୁଇ ଦୁଇଟି ଜୀବନ । ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଶାରଦା ବିଦ୍ୟାମନ୍ଦିର ନିକଟରେ । ଏହି ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଶାରଦା ବିଦ୍ୟାମନ୍ଦିର ଦେଇ ଯାଇଥିବା ଯ ନାଳଠାରେ ଠିକା କମ୍ପାନୀ କଂକ୍ରିଟ୍ ୱାଲ୍ କାର୍ଯ୍ୟ କରୁଛି । କାମ କରୁଥିବା ଶ୍ରମିକମାନେ ଅତି ଅସୁରକ୍ଷିତ ଭାବେ ଅସ୍ଥାୟୀ କ୍ୟାମ୍ପ କରି ରାସ୍ତା କଡ଼ରେ ରାତ୍ରି ଯାପନ କରୁଥିଲେ । ଆଜି ଭୋର୍ ସମୟରେ ସେଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଓଡି ୦୧ ଏପି ୦୦୭୮ ନମ୍ବର ଥିବା ହାଇୱା ବାଲି ବୋଝେଇ କରି ଆଖୁଆପଦା ପଟୁ ଆସୁଥିବାବେଳେ ଭାରସାମ୍ୟ ହରାଇ କ୍ୟାମ୍ପ ଉପରକୁ ମାଡ଼ି ଯାଇଥିଲା । ଫଳରେ ଟ୍ରକ୍ ଚକା ତଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଅନ୍ୟ ଜଣକୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହାଛଡ଼ା ରୋଷେଇ କରୁଥିବା ଆଉ ଜଣେ ଶ୍ରମିକ ସାମାନ୍ୟ ଆହତ ହୋଇ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ମୋଟ ୬ ଜଣ ଶ୍ରମିକ ଅସ୍ଥାୟୀ କ୍ୟାମ୍ପରେ ଶୋଇଥିବା ବେଳେ ଭୋର୍ ସମୟରେ ତିନି ଜଣ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନେ ହେଲେ ମଧ୍ୟପ୍ରଦେଶର ମହମ୍ମଦ ଆଲଫାଜ(୩୨) ଓ ଝାଡ଼ଖଣ୍ଡ ଅଞ୍ଚଳର ସେକ ପରମଦ(୩୦) । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ପ୍ରକାଶ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଗାଡ଼ିକୁ ଜବତ କରିଛି । ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଶ୍ରମିକ ଆଇନକୁ ଉଲଂଘନ କରିଥିବାରୁ ଦୁଇଜଣ ନିରୀହ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking