22.1 C
Bhubaneswar
Tuesday, February 17, 2026
Homeଓଡିଶାଅନୁଗୋଳ ପର୍ଯ୍ୟବେକ୍ଷଣ ଗୃହରୁ ୨ ବାଳ ଅପରାଧୀ ଚମ୍ପଟ୍

ଅନୁଗୋଳ ପର୍ଯ୍ୟବେକ୍ଷଣ ଗୃହରୁ ୨ ବାଳ ଅପରାଧୀ ଚମ୍ପଟ୍

– ଡ୍ରେନ୍ ଗାତ ଦେଇ ଯାଇଥିବା ସୂଚନା
– ସିସି କ୍ୟାମେରାକୁ ବୁଲେଇ ହେଲେ ଫେରାର୍

ଅନୁଗୋଳ: ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ପର୍ଯ୍ୟବେକ୍ଷଣ ଗୃହରୁ ଦୁଇଜଣ ନାବାଳକ ଆଜକୁ ଦୁଇଦିନ ହେବ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ପର୍ଯ୍ୟବେକ୍ଷଣ ଗୃହ ପାଚେରୀ ତଳେ ନିର୍ମାଣ ପାଇଁ ଖୋଳା ଯାଇଥିବା ଡ୍ରେନ୍ ଗାତ ଦେଇ ସେମାନେ ଫେରାର୍ ହୋଇଥିବା ଜଣାପଡିଛି। ଏହି ଦୁଇ ନାବାଳକ ବାଲେଶ୍ୱର ଓ କଟକ ଜିଲ୍ଲାର। ପୋକ୍ସୋ ମାମଲାରେ ସେମାନଙ୍କୁ ପର୍ଯ୍ୟବେକ୍ଷଣ ଛାତ୍ରାବାସ ଓ ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇଥିଲା। ଘଟଣାରୁ ପ୍ରକାଶ ଯେ ପରିବିକ୍ଷଣ ଛାତ୍ରାବାସ ତଥା ପର୍ଯ୍ୟବେକ୍ଷଣ ଗୃହରେ ରହୁଥିବା ନାବାଳକ ଅଭିଯୁକ୍ତଙ୍କ ପାଇଁ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସକାଳେ ବ୍ୟାୟାମ, ମଧ୍ୟାହ୍ନରେ ଶିକ୍ଷାଦାନ ସହିତ ଅପରାହ୍ନରେ ବିଭିନ୍ନ ପ୍ରକାର ଶାରୀରିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏଥିପାଇଁ ତାଲିମପ୍ରାପ୍ତ ଅଧିକାରୀ ଏହି ନାବାଳକ ଅଭିଯୁକ୍ତଙ୍କୁ ଶିକ୍ଷା ଦେଇଥାନ୍ତି। ଶନିବାର ଅପରାହ୍ନରେ ସବୁଦିନ ପରି ନାବାଳକ ଅପରାଧୀମାନେ ପରିସର ମଧ୍ୟରେ ଖେଳକୁଦ କରିଥିଲେ। ପାଚେରୀ ତଳେ ଦୀର୍ଘଦିନ ଧରି ଖୋଳା ହୋଇ ପଡ଼ିରହିଥିବା ଗାତ ଦେଇ ଦୁହେଁ ଫେରାର୍ ହେବାକୁ ଯୋଜନା କରିଥିଲେ। ଶନିବାର ଅପରାହ୍ନରେ ପର୍ଯ୍ୟବେକ୍ଷଣ ଗୃହ ପରିସରରେ ନାବାଳକ ଅପରାଧୀମାନେ ଖେଳକୁଦ କରୁଥିବା ବେଳେ ଏହାର ସୁଯୋଗ ନେଇ ସମ୍ପୃକ୍ତ ଦୁହେଁ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ଚକ୍‌ମା ଦେବା ସହ ଗାତ ଦେଇ ଫେରାର୍ ହୋଇଯାଇଥିଲେ। ଏହି ଘଟଣା ବାହାରେ ପ୍ରଘଟ ହେବାପରେ ପର୍ଯ୍ୟବେକ୍ଷଣ ଗୃହ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋମବାର ଅପରାହ୍ନରେ ଏକ ଲିଖିତ ଏତଲା ଦିଆଯାଇଛି। ଉକ୍ତ ଏତଲାକୁ ଭିତ୍ତିକରି ଅନୁଗୋଳ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking