21.1 C
Bhubaneswar
Sunday, November 24, 2024
Homeଓଡିଶା+୨ ପ୍ରାକ୍ଟିକାଲ ଲାଗି ୨ୟ ସପ୍ତାହରୁ ଭିତ୍ତିଭୂମି ଯାଞ୍ଚ: ଚଳିତବର୍ଷ ପ୍ରସ୍ତୁତହେବ କପି କେନ୍ଦ୍ର ତାଲିକା

+୨ ପ୍ରାକ୍ଟିକାଲ ଲାଗି ୨ୟ ସପ୍ତାହରୁ ଭିତ୍ତିଭୂମି ଯାଞ୍ଚ: ଚଳିତବର୍ଷ ପ୍ରସ୍ତୁତହେବ କପି କେନ୍ଦ୍ର ତାଲିକା

ଭୁବନେଶ୍ୱର: ୨୦୨୩ ଯୁକ୍ତ ଦୁଇ ପରୀକ୍ଷାର ସୂଚୀ ଘୋଷଣା କରାଯାଇଥିବା ବେଳେ ଫେବୃଆରୀରୁ ପ୍ରାକ୍‌ଟିକାଲ ପରୀକ୍ଷା ଆରମ୍ଭ ହେବ । ତେବେ ଚଳିତବର୍ଷ ପ୍ରାୟ ୧୧୬୫ଟି କଲେଜକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯିବ ବୋଲି ଜଣାପଡ଼ିଛି । ପରୀକ୍ଷା ଲାଗି ଜାନୁଆରୀ ୨ୟ ସପ୍ତାହରୁ ସମସ୍ତ କଲେଜ ଏବଂ ପରୀକ୍ଷାକେନ୍ଦ୍ର ଯାଞ୍ଚ କରିବାକୁ +୨ ପରିଷଦ ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ସେହିପରି ଚଳିତବର୍ଷ ପ୍ରଥମ କରି ରାଜ୍ୟରେ କପି କେନ୍ଦ୍ରଗୁଡ଼ିକର ତାଲିକା ପ୍ରସ୍ତୁତ ମଧ୍ୟ କରାଯିବ । ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷାରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ କପି ରୋକିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ରାଜ୍ୟର ୨୦୬୫ଟି ଜୁନିୟର କଲେଜରୁ ଚଳିତବର୍ଷ ମୋଟ୍ ୩,୫୬,୪୪୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରେ ୩,୩୮,୭୪୭ଜଣ ରେଗୁଲାର ଏବଂ ୧୭,୭୦୨ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ରହିଛନ୍ତି । ରେଗୁଲାର ଛାତ୍ରୀଛାତ୍ରଙ୍କ ମଧ୍ୟରୁ କଳାରେ ୨,୧୯,୧୧୦ ଜଣ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ଜଣ ରହିଥିବା ଜଣାପଡ଼ିଛି । ପ୍ରଶ୍ନପତ୍ର ଲାଗି ୨୦୨ଟି ହବ୍ କରାଯିବ ।

ପରିସ୍ଥିତିକୁ ନଜର ଦେଇ ଏହା ବୃଦ୍ଧି କରାଯିବ କି ନହିଁ ତାହା ଫେବୃଆରୀ ଶେଷ ସପ୍ତାହରେ ଧାର୍ଯ୍ୟ କରାଯିବ । ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦିନ ସକାଳ ୯ଟା ସୁଦ୍ଧା ପ୍ରଶ୍ନପତ୍ର ପହଞ୍ôଚବ । ପରୀକ୍ଷା ଆରମ୍ଭ ହେବାର ୧୫ମିନିଟ୍ ପୂର୍ବରୁ ପ୍ୟାକେଟ୍ ଖୋଲାଯାଇ ପିଲାଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ । କେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯିବ । ଅପରପକ୍ଷେ ଚଳିତବର୍ଷ କୋଭିଡ ଲାଗି ଗତ ୨ବର୍ଷକୁ ବାଦ୍ ଦେଇ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରର ରିପୋର୍ଟକୁ ଯାଞ୍ଚ କରାଯିବ । ପ୍ରଥମ ଥର +୨ ପରିଷଦ କପି ଅଧିକ ହେଉଥିବାର ଅଭିଯୋଗ ଥିବା ପରୀକ୍ଷାକେନ୍ଦ୍ରର ତାଲିକା ପ୍ରସ୍ତୁତ କରିବ । ପରୀକ୍ଷାକେନ୍ଦ୍ର ଭାବେ ଚୟନ ହୋଇଥିବା କଲେଜ ତାଲିକାରେ ଯଦି କପି କେନ୍ଦ୍ରତାଲିକାରୁ କିଛି କଲେଜ ରହେ ତେବେ ସଂପୃକ୍ତ କଲେଜକୁ ଅଧିକ ଗୁରୁତ୍ୱ ଦିଆଯିବ । ସେଠାରେ ସିସି କ୍ୟାମେରା ଏବଂ ପରୀକ୍ଷା ସମୟରେ ଅତିରିକ୍ତ ସ୍କ୍ୱାଡ୍ ମୁତୟନ କରାଯିବ । ସେହିପରି ପ୍ରାକ୍ଟିକାଲ ଲାଗି ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି ।

ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଏବଂ ପ୍ରିୟାପ୍ରୀତି କରି ଯେପରି ମେଧାବୀଙ୍କୁ ଅଣଦେଖା କରାନଯାଏ ସେଥିପ୍ରତି +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଧିକ ଗୁରୁତ୍ୱ ଦେଉଛନ୍ତି । ସ୍ୱଚ୍ଛତା ଆଣିବାରେ ଫେଲ ମାରିଲେ କିମ୍ବା କୌଣସି ପରୀକ୍ଷା କେନ୍ଦ୍ର ବିରୋଧରେ ଅଭିଯୋଗ ମିଳିଲେ ସେହି କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗତ ୨ବର୍ଷ ହେବ କୋଭିଡ ଲାଗି ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବାରୁ ପରୀକ୍ଷାରେ ପ୍ରଶ୍ନପତ୍ରରେ କୋହଳ କରାଯାଇଥିଲା । ମାତ୍ର ଚଳିତବର୍ଷ ଫେବୃଆରୀରୁ ପାଠପଢ଼ା ସ୍ୱାଭାବିକ ଭାବେ ଚାଲିଥିବାରୁ ଏଥର ପ୍ରଶ୍ନପତ୍ରରେ ଶତପ୍ରତିଶତ କୋର୍ସ ରହିବ । ପ୍ରକାଶଥାଉ କି, ମାର୍ଚ୍ଚ ୧ରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୨ତାରିଖରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ସେହିପରି ୩ତାରିଖରେ ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷା ଆରମ୍ଭ ହେବ ।

ଏପ୍ରିଲ ୫ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ସେହିଦିନ କଳା ଏବଂ ଧନ୍ଦାମୂଳକ ବିଷୟରେ ପରୀକ୍ଷା ରହିଛି । ସମସ୍ତ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ପରୀକ୍ଷା ଆରମ୍ଭ ହେବାର ୩୦ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ôଚବା ପାଇଁ କୁହାଯାଇଛି । ସେହିପରି ୧୫ମିନିଟ୍ ପୂର୍ବରୁ ପରୀକ୍ଷା ହଲ୍‌ରେ ବସିବା ପାଇଁ କୁହାଯାଇଛି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଆରମ୍ଭ ହେବାର ୧୫ନିମିଟ୍ ପୂର୍ବରୁ ଉତ୍ତର ଖାତା ପ୍ରଦାନ କରାଯିବ । ସେହିପରି ୫ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ । ସେହିପରି ଫେବୃୟାରୀ ୧ତାରିଖ ଠାରୁ ପ୍ରାକ୍ଟିକାଲ ଆରମ୍ଭ ହୋଇ ୧୦ତାରିଖ ମଧ୍ୟରେ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking