25.1 C
Bhubaneswar
Sunday, December 21, 2025
Homeଓଡିଶାଦୁର୍ଘଟଣାରେ ୨ ସାଙ୍ଗ ମୃତ

ଦୁର୍ଘଟଣାରେ ୨ ସାଙ୍ଗ ମୃତ

ବାରିପଦା : ସ୍କୁଟି ଉପରେ ଚଢିଗଲା ଟ୍ରକ । ଯାହାଫଳରେ ୨ ସାଙ୍ଗଙ୍କର ଜୀବନ ଚାଲିଯାଇଛି । ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ-୧୮ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବାରିପଦା ସଦର ଥାନା ଶାମାଖୁଣ୍ଟା ବ୍ଲକର ଶିରିଶବଣି ଗାଁ ର ଶ୍ରୀଧର ହାଁସଦା ଓ ଅନିଲ ହାଁସଦା। ଉଭୟ ଦୁଇ ସାଙ୍ଗ ବୋଲି ଜଣାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଶ୍ରୀଧର ଓ ଅନିଲ ସ୍କୁଟି ନେଇ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ସ୍କୁଟି ଆରୋହୀଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଟ୍ରକ୍‌ଟି ସ୍କୁଟି ଆରୋହୀଙ୍କୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭାର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ଟ୍ରକ ଜବତ କରି ପୁଲିସଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking