18.1 C
Bhubaneswar
Saturday, November 23, 2024
Homeଓଡିଶାଏପ୍ରିଲ୍ ୨୮ରୁ +୨ ଅଫ୍‌ଲାଇନ୍ ପରୀକ୍ଷା

ଏପ୍ରିଲ୍ ୨୮ରୁ +୨ ଅଫ୍‌ଲାଇନ୍ ପରୀକ୍ଷା

ଭୁବନେଶ୍ୱର: ଏପ୍ରିଲ୍ ୨୮ରୁ ଦ୍ୱାଦଶ ବୋର୍ଡ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ କଳା ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ମୋଟ୍ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ ବୋଲି ସୂଚନା ଦିଆଯାଇଛି । ତେବେ ଶିକ୍ଷା ବିଭାଗର ଘୋଷଣାନୁସାରେ ଟାଣ ଖରାକୁ ଆଖି ଆଗରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ ଏବଂ ସକାଳ ୯ଟାରୁ ପରୀକ୍ଷା କରାଯିବ । ତେବେ କୁହାଯାଉଛି ଯେ, ପିଲାମାନେ ପୂର୍ବରୁ କ୍ୱାର୍ଟର୍ ଇନ୍ ଏକ୍‌ଜାମ ଦେଇଥିବା ବେଳେ ସେଥିରୁ ୨୦ ପ୍ରତିଶତ ଏବଂ ଏହି ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଗ୍ରହଣ କରାଯିବ ।
ତେବେ ରାଜ୍ୟରେ ବିଭିନ୍ନ ସହରରେ ଏବେ ୪୦ ଡିଗ୍ରୀ ତାପମାତ୍ରା ଟପିଥିବାରୁ ଏହାକୁ ଆଖି ଆଗରେ ରଖି ସକାଳ ୯ଟା ପରୀକ୍ଷା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ପ୍ରାକ୍ଟିକାଲ୍ ପରୀକ୍ଷା ନିଜ କଲେଜ୍‌ରେ ଏବଂ ନିଜ ଶିକ୍ଷକଙ୍କ ଦ୍ୱାରା କରାଯିବ ବୋଲି ସୂଚନା ଦିଆଯାଇଛି । ସେପଟେ ଅନ୍‌ଲାଇନ୍ ପରୀକ୍ଷା ପାଇଁ ଯେଉଁ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଉଥିଲେ ଏବେ ଅଫ୍‌ଲାଇନ୍ ପରୀକ୍ଷା ଘୋଷଣା ପରେ ଛାତ୍ରଛାତ୍ରୀମାନେ ହଡ଼ବଡ଼େଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking