29.1 C
Bhubaneswar
Monday, November 18, 2024
Homeଓଡିଶା+୨ ନାମଲେଖା; ବଢ଼ିଲା ଆବେଦନ ଅବଧି; ୨୬ ଯାଏ କରିହେବ ଆବେଦନ, ଜୁଲାଇ ୨ରେ ପ୍ରଥମ...

+୨ ନାମଲେଖା; ବଢ଼ିଲା ଆବେଦନ ଅବଧି; ୨୬ ଯାଏ କରିହେବ ଆବେଦନ, ଜୁଲାଇ ୨ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ସାମ୍ସ ଜରିଆରେ ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି । ଗତ ୨୯ ତାରିଖରୁ ସାମ୍ସ ପୋର୍ଟାଲ ଜରିଆରେ ଆବେଦନ ଆରମ୍ଭ ହୋଇଥିବାବେଳେ ୨୦ ତାରିଖ ଅର୍ଥାତ୍ ଆଜି (ମଙ୍ଗଳବାର) ଶେଷ ହୋଇଥାନ୍ତା ।

ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଆବେଦନ ଅବଧିକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୨୮ ତାରିଖ ପରିବର୍ତ୍ତେ ଜୁଲାଇ ୨ ତାରିଖରେ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୩ରୁ ୮ ତାରିଖ ମଧ୍ୟରେ ନାମ ଲେଖାଇବେ । ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୬ ତାରିଖରେ ପ୍ରକାଶ ପାଇବ ।

ଏହି ପର୍ଯ୍ୟାୟରେ ନାମଲେଖା ଜୁଲାଇ ୧୯ ସୁଦ୍ଧା ସରିବ । ଅନଲାଇନ୍ ସ୍ପଟ୍ ମନୋନୟନ ନାମଲେଖା ପ୍ରକ୍ରିୟା ଜୁଲାଇ ୧୭ରୁ ଆରମ୍ଭ ହୋଇ ୨୭ ସୁଦ୍ଧା ସମ୍ପାଦନ କରାଯିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ, ଜୁଲାଇ ୨୯ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ଅଦ୍ୟାବଧି ସାମ୍ସ ପୋର୍ଟାଲ ଜରିଆରେ ୪,୪୫,୮୮୭ ଆବେଦନକାରୀ +୨ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି ।

ଚଳିତଥର ଯୁକ୍ତଦୁଇ ଆସନ ବୃଦ୍ଧି କରାଯାଇଛି । ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଥର ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ରାଜ୍ୟର ମୋଟ୍ ୨୧୩୮ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୨୦ ହଜାର ୮୧୪ ଆସନ ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking