କୋରାପୁଟ: କୋରାପୁଟରେ ଭୟଙ୍କର ସଡକ ଦୁର୍ଘଟଣା । ପିକଅପ୍ ଧକ୍କାରେ ଚାଲିଗଲା ୨ ଜଣଙ୍କ ଜୀବନ । କୁନ୍ଦୁଲି ମିନି ଷ୍ଟାଡିୟମ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, କୁନ୍ଦୁଲି ମିନି ଷ୍ଟାଡିୟମ୍ ନିକଟରେ ବାଇକ୍କୁ ସାମ୍ନାରୁ ଧକ୍କା ଦେଇଛି ପିକଅପ୍ ଭ୍ୟାନ୍ । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ହିଁ ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତିି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।










