ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଚାଷ ଜମିରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨ ମାସ ତଳୁ ଉଭୟେ ଫେରାର ଥିବା ସୂଚନା ମିଳିଛି । ସଇଁତଳା ଥାନା କେଓମାଲ ଗାଁର ଚାଷ ଜମିରୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ୨ ଜଣଙ୍କର ମୃତ୍ୟୁ କିପରି ହୋଇଛି ତାହା ଅସ୍ପଷ୍ଟ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛି ।