19.1 C
Bhubaneswar
Friday, November 22, 2024
Homeଓଡିଶାପୋଖରୀରେ ବୁଡ଼ି ୨ମୃତ

ପୋଖରୀରେ ବୁଡ଼ି ୨ମୃତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲି ଗ୍ରାମ ପଞ୍ଚାୟତର ବନ୍ଧାଗୁଡା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗ୍ରାମର କୃଷ୍ଣ ଚନ୍ଦ୍ର ନାୟକ ଗତ କାଲି ସନ୍ଧ୍ୟାରେ ଗ୍ରାମରେ ଥିବା ପୋଖରୀକୁ ଗାଧୋଇ ଯାଇଥିଲେ । ସେ ଆଉ ଘରକୁ ଫେରିନଥିଲେ । ପାରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ପୋଖରୀ ତୁଠରେ କୃଷ୍ଣଙ୍କ ଗାମୁଛା ପଡ଼ିଥିବା ଦେଖିବା ପରେ ପୋଖରୀରେ ଗ୍ରାମବାସୀ ଖୋଜା ଖୋଜି କରିବା ପରେ ରାତି ପ୍ରାୟ ଗୋଟାଏ ସମୟରେ ପାଣିରୁ କୃଷ୍ଣଚନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଘଟଣା ସ୍ଥଳରେ ମୋହନା ପୁଲିସ୍ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ଶବକୁ ଜବତ କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି ।

ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଘୋଡାପଡା ଗ୍ରାମରେ ଜଣେ ମହିଳା ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ଅବିବାହିତା ମହିଳା ଜଣକ ଘୋଡାପଡା ଗ୍ରାମର କନକ ସ୍ୱାଇଁ (୪୨) । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୭ଟା ବେଳେ କନକ ଗାଁର କରଣ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଅସାବଧାନତା ବଶତଃ ସେ ପୋଖରୀରେ ବୁଡି ଯାଇଥିଲେ । ସେଠାରେ ସ୍ନାନ କରୁଥିବା ଅନ୍ୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଆଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ କନକଙ୍କ ଭାଉଜ ପଙ୍କଜ ସ୍ୱାଇଁଙ୍କ ଅଭିଯୋଗ ପରେ ପୁଲିସ ମେଡିକାଲରେ ପହଞ୍ôଚ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking